ଖଲିଦା ଜିଆଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ଭାରତୀୟ ବୈଦେଶିକ ମନ୍ତ୍ରୀ: ଖଲିଦାଙ୍କ ପୁଅ ତାରିକ ରହମାନଙ୍କୁ ଦେଲେ ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତ୍ତା ଚିଠି

Advertisment

ଖାଲିଦା ଜିଆଙ୍କ ଶେଷକୃତ୍ୟରେ ପଡ଼ୋଶୀ ଦେଶମାନଙ୍କ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ । ଢାକା ଗସ୍ତ ଅବସରରେ ଏସ ଜୟଶଙ୍କର ବାଂଲାଦେଶ ଅନ୍ତରୀଣ ସରକାର ଦୁଇ ନେତାଙ୍କୁ ଭେଟିଥିଲେ ମଧ୍ୟ ବାଂଲାଦେଶ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟି ନାହାନ୍ତି ।

ଖାଲିଦା ଜିଆଙ୍କ ଶେଷକୃତ୍ୟରେ ପଡ଼ୋଶୀ ଦେଶମାନଙ୍କ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ । ଢାକା ଗସ୍ତ ଅବସରରେ ଏସ ଜୟଶଙ୍କର ବାଂଲାଦେଶ ଅନ୍ତରୀଣ ସରକାର ଦୁଇ ନେତାଙ୍କୁ ଭେଟିଥିଲେ ମଧ୍ୟ ବାଂଲାଦେଶ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟି ନାହାନ୍ତି ।

rehman

rehman Photograph: (Kanak News)

କନକ ବ୍ୟୁରୋ: ଭାରତର ବିଦୈଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଢାକାରେ ଆୟୋଜିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଖାଲିଦା ଜିଆଙ୍କ ସର୍ପୁଦ ଏ ଖାକରେ ଭାରତ ସରକାର ଓ ଭାରତର ପ୍ରତିନିଧି ଭାବେ ସାମିଲ ହୋଇଥିଲେ ଏସ୍ ଜୟଶଙ୍କର ।  ଏହି ଅବସରରେ ସେ ଖାଲିଦା ଜିଆଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲ ପାର୍ଟିର ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକବାର୍ତ୍ତା ପତ୍ର ପ୍ରଦାନ କରିଛନ୍ତି । ଜୟଶଙ୍କର ଭାରତ ସରକାର ଓ ଜନସାଧାରଣଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଖାଲେଦା ଜିଆଙ୍କ ଦୃଷ୍ଟି ଓ ମୂଲ୍ୟବୋଧ ଦୁଇ ଦେଶର ସଂପର୍କକୁ ସୁଦୃଢ କରିବ । 

ଆହୁରି ପଢ଼ନ୍ତୁ... କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଛି ରାଜଧାନୀ: ନୂତନ ବର୍ଷର ପ୍ରଥମ ସକାଳରେ ଅସ୍ତବ୍ୟସ୍ତ ଭୁବନେଶ୍ୱର

ଖାଲିଦା ଜିଆଙ୍କ ଶେଷକୃତ୍ୟରେ ପଡ଼ୋଶୀ ଦେଶମାନଙ୍କ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ । ଢାକା ଗସ୍ତ ଅବସରରେ ଏସ ଜୟଶଙ୍କର ବାଂଲାଦେଶ ଅନ୍ତରୀଣ ସରକାର ଦୁଇ ନେତାଙ୍କୁ ଭେଟିଥିଲେ ମଧ୍ୟ ବାଂଲାଦେଶ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟି ନାହାନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ହେଉଛି । ଢାକା ଯାଇ କାହିଁକି  ମହମ୍ମଦ ୟୁନୁସଙ୍କୁ ଭେଟିଲେନି ଏସ ଜୟଶଙ୍କର । ଯଦି ଏହା ଭାରତର ସୁଚିନ୍ତିତ ରଣନୀତି , ତେବେ ଏହା ଦ୍ୱାରା କେଉଁ ବାର୍ତ୍ତା ଦେବାକୁ ଚାହୁଛନ୍ତି ମୋଦୀ ସରକାର ।  କେହି କେହି କହୁଛନ୍ତି, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ରୋକିବାରେ ୟୁନୁସ ସରକାର ଫେଲ ହୋଇଛନ୍ତି । ତେଣୁ ଭାରତ ପରୋକ୍ଷରେ କଡ଼ା ଆଭିମୁଖ୍ୟ ଜଣାଇବାକୁ ଏଭଳି ପଦକ୍ଷେପ ନେଇଥାଇପାରନ୍ତି । ଆଉ କିଏ କହୁଛି, ଢାକାରେ କ୍ଷମତା ପରିବର୍ତ୍ତନ, ସରକାରର ସ୍ଥିରତା ଓ ବୈଧତାକୁ ଦୃଷ୍ଟିରେ ରଖି ଏଭଳି ସତର୍କ ପଦକ୍ଷେପ ନେଇଛି ଭାରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe