କନକ ବ୍ୟୁରୋ : ଋଷରେ ପହଞ୍ଚିଛନ୍ତି ଭାରତୀୟ ପ୍ରତିନିଧି ଦଳ । ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ଭୂମିକା ଏବଂ ଅପରେସନ୍ ସିନ୍ଦୁର ଉପରେ ଋଷର ପ୍ରତିନିଧିଙ୍କୁ ଅବଗତ କରିବେ । ଋଷର ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ନେଇ ଅବଗତ କରିବେ । ଆଜି ସକାଳୁ ଭାରତର ୬ ଜଣିଆ ପ୍ରତିନିଧି ଦଳ ଋଷ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ । ଡିଏମକେ ସାଂସଦ କାନୀମୋଝୀ କରୁଣାନିଧିଙ୍କ ନେତୃତ୍ବରେ ଏହି ପ୍ରତିନିଧି ମଣ୍ଡଳୀ ଆଜି ଋଷ ବିଭିନ୍ନ ଅଫିସ ଗସ୍ତ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହି ୬ ଜଣିଆ ଟିମରେ କାନୀମୋଝୀ କରୁଣାନିଧିଙ୍କ ସହ ସମାଜବାଦୀ ପାର୍ଟିର ସାଂସଦ ରାଜୀବ ରାୟ, ବିଜେପି ସାଂସଦ ବ୍ରିକେସ୍ ଚୋଟା, ଆରଜେଡି ସାଂସଦ ପ୍ରେମ ଚାନ୍ଦ ଗୁପ୍ତା, ଆପ୍ ସାଂସଦ ଅଶୋକ କୁମାର ମିତଲ ପ୍ରମୁଖ ଅଛନ୍ତି । ଋଷ ଗସ୍ତ ପରେ ସ୍ଲୋଭେନିଆ, ଗ୍ରୀସ୍, ଲାଟିଭା ଏବଂ ସ୍ପେନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅପରେସନ ସିନ୍ଦୂର ସମ୍ବନ୍ଧରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ ହେଉଛି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଙ୍କୁ ଅବଗତ କରାଯିବ । ଏଥିପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି ।
ଅପରେସନ୍ ସିନ୍ଦୂରର ସଫଳତା ନେଇ ବିଦେଶ ଗସ୍ତରେ ଭାରତୀୟ ପ୍ରତିନିଧି ଦଳ, ରଖିବେ ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ
ଋଷର ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ନେଇ ଅବଗତ କରିବେ । ଆଜି ସକାଳୁ ଭାରତର ୬ ଜଣିଆ ପ୍ରତିନିଧି ଦଳ ଋଷ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ । ଡିଏମକେ ସାଂସଦ କାନୀମୋଝୀ କରୁଣାନିଧିଙ୍କ ନେତୃତ୍ବରେ ଏହି ପ୍ରତିନିଧି ମଣ୍ଡଳୀ ଆଜି ଋଷ ବିଭିନ୍ନ ଅଫିସ ଗସ୍ତ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିବେ ।
/kanak/media/media_files/2025/05/23/tZDngdLlkLgPIpbmqPFQ.jpg)