ପାକିସ୍ତାନ ସାଇବର ଅପରାଧୀଙ୍କ ଟାର୍ଗେଟରେ ଭାରତୀୟ ପ୍ରତିରକ୍ଷା ସଂସ୍ଥା,  ହ୍ୟାକ କରିବାକୁ ଉଦ୍ୟମ

Advertisment

ସେନାର ଆଶଙ୍କା, ବିପଦରେ ପଡିପାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ସେନାର ଆଶଙ୍କା, ବିପଦରେ ପଡିପାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ମାତିଛନ୍ତି ପାକ ସାଇବର ଅପରାଧୀ

ମାତିଛନ୍ତି ପାକ ସାଇବର ଅପରାଧୀ Photograph: (kanakNews)

କନକ ବ୍ୟୁରୋ: ଭାରତ ସହ ସାଇବର ଯୁଦ୍ଧ କରିବାକୁ ଚାହୁଁଛି ପାକିସ୍ତାନ । ପାକିସ୍ତାନୀ ହ୍ୟାକର ଗୋଷ୍ଠୀ ‘ପାକିସ୍ତାନ ସାଇବର ଫୋର୍ସ’ ଭାରତର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (ଏମଇଏସ) ଏବଂ ମନୋହର ପାରିକର ଇନଷ୍ଟିଚ୍ୟୁଟ ଫର ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆନାଲିସିସ (ଆଇଡିଏସଏ) ଭଳି ପ୍ରତିରକ୍ଷା ସଂସ୍ଥାଗୁଡ଼ିକର ୱେବସାଇଟ୍ ହ୍ୟାକ କରି ସମ୍ବେଦନଶୀଳ ତଥ୍ୟ ହାତେଇଥିବା ଦାବି କରିଛି । ଏକ୍ସରେ ପୋଷ୍ଟ କରି ଏହି ହ୍ୟାକର ଦାବି କରିଛି ,ସେମାନେ ଏମଇଏସ ଏବଂ ଆଇଡିଏସଏରୁ ଗୁରୁତ୍ୱପୂର୍ଣ୍ଣ ଡାଟା ଚୋରି କରିଛନ୍ତି । 

ଏହା ସହ ଆରମୋଡ ଭେହିକଲ ଲିମିଟେଡ ୱେବସାଇଟକୁ ମଧ୍ୟ ଖରାପ କରାଯାଇଛି ବୋଲି ଦାବି କରିଛନ୍ତି ପାକିସ୍ତାନୀ ହ୍ୟାକର । ଭାରତୀୟ ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଆକ୍ରମଣର ତଦନ୍ତ ଆରମ୍ଭ କରିଛନ୍ତି । ଅଧିକାରୀମାନେ କହିଛନ୍ତି  ଏହି ଆକ୍ରମଣଗୁଡ଼ିକ ପାକିସ୍ତାନର ଅସନ୍ତୋଷର ଏକ ପ୍ରତୀକ। ଏହା ପୂର୍ବରୁ ମଧ୍ୟ ପାକିସ୍ତାନୀ ହ୍ୟାକର ଗୋଷ୍ଠୀ ‘ସାଇବର ଗ୍ରୁପ ହୋକ୍ସ’ ଏବଂ ‘ନ୍ୟାସନାଲ ସାଇବର କ୍ରୁ’ ଭାରତୀୟ ୱେବସାଇଟଗୁଡ଼ିକୁ ଟାର୍ଗେଟ କରିଥିଲେ, କିନ୍ତୁ ଭାରତୀୟ ଏଜେନ୍ସିଗୁଡ଼ିକ ସେଗୁଡ଼ିକୁ ବିଫଳ କରିଥିଲେ । ଭାରତୀୟ ଅଧିକାରୀମାନେ ଏହାକୁ ଗୁରୁତର ସହ ନେଇ ସାଇବର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକରିବା ପାଇଁ ପଦକ୍ଷେପ ନେଉଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe