କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଘରେ ଭାରତୀୟ ସଂସ୍କୃତି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଯୁକ୍ରେନ ରାଷ୍ଟ୍ରପତି ଙ୍କ ସାକ୍ଷାତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏବେ ଏହି ସାକ୍ଷାତାକାରକୁ ନେଇ ସାରା ବିଶ୍ବରେ ଆଲୋଚନା ହୋଇଥିବା ବେଳେ ଏହାରି ଭିତରେ ହ୍ବାଇଟ ହାଉସ ମଧ୍ୟରେ ଏକ ଘଟଣା ଯାହା ସାମ୍ନାକି ଆସିଛି ତାହା ଏବେ ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଛି  ।

Advertisment

ହ୍ବାଇଟ ହାଉସରେ ଯେତେବେଳେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଦେଖିବାକୁ ମିଳିଥିଲା ସେହି ସମୟରେ  ଯେତେବେଳେ ତାଙ୍କୁ ସ୍ବାଗତ କରାଯାଇଥିଲା  ସ୍ବାଗତ ସମୟରେ ଭାରତୀୟ ସଂସ୍କୃତି ରେ ତାଙ୍କୁ ନମସ୍ତେ ଶୈଳୀ ବିଶେଷ ଭାବରେ ଆକୃଷ୍ଟ କରିଥିଲା ।  ଯାହା ଏବେ ଚାରିଆଡେ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଛି ।   ପ୍ରକୃତରେ, ନମସ୍ତେ ହାତ ଯୋଡ଼ି ଅଭିବାଦନ କରିବାର ଏକ ଭାରତୀୟ ପରମ୍ପରା ଏବଂ ମେଲୋନିଙ୍କୁ ଅନେକ ବଡ଼ ଅବସରରେ ଏହି ଢଙ୍ଗରେ ଲୋକଙ୍କୁ ଅଭିବାଦନ କରିବାର ଦେଖାଯାଇଛି । ଏହା ପୂର୍ବରୁ, ଇଟାଲୀରେ G-7 ଶିଖର ସମ୍ମିଳନୀ ସମୟରେ, ସେ ନେତାମାନଙ୍କୁ ମଧ୍ୟ ନମସ୍ତେ ଅଭିବାଦନ କରିଥିଲେ ।

ମେଲୋନିଙ୍କ ନମସ୍ତେ ଶୈଳୀ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।   ଭାରତୀୟ ଶୈଳୀରେ ତାଙ୍କର ନମସ୍ତେ କହିବାକୁ ତାଙ୍କର ନମ୍ରତା ଏବଂ ବିଶ୍ୱ ସଂସ୍କୃତି ପ୍ରତି ସମ୍ମାନର ପ୍ରତୀକ ଭାବରେ ବିବେଚନା କରାଯାଉଛି  ।   ଲୋକମାନେ ଏହାକୁ ଏକ ସମ୍ମାନଜନକ ଏବଂ ବିକଳ୍ପ ଅଭିବାଦନର ଉଦାହରଣ ବୋଲି କହୁଛନ୍ତି, ଯାହା କରୋନା ମହାମାରୀ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା ।

ଖାଲି ଏତିକି ନୁହେଁ ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଅଭିବାଦନ କରୁଥିବା ଏବଂ ଶିଖର ସମ୍ମିଳନୀ ସମୟରେ ତାଙ୍କ ସହ ଏକ ସଂକ୍ଷିପ୍ତ କଥାବାର୍ତ୍ତା କରୁଥିବାର ଦେଖାଯାଉଛି ।  ପ୍ରଧାନମନ୍ତ୍ରୀ ମୋଦି ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ବନ୍ଧୁତା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି, ସେମାନଙ୍କ କଥାବାର୍ତ୍ତା ଯୋଗୁଁ  ଏବେ  #Meloni ହ୍ୟାସଟ୍ୟାଗ୍  ମଧ୍ୟ ଟ୍ରେଣ୍ଡ କରୁଛି ।