ଆଇପିଏଲରେ ଦବଦବା ଛାଡୁଛନ୍ତି ଭାରତୀୟ କ୍ରିକେଟର, ଜିରୋରୁ ହିରୋ ସାଜିଲେ ମୁମ୍ବାଇ ଇଣ୍ଡିଆନ୍ସର ବିଘ୍ନେଶ

୩୧ଟି ବଲରେ ଧୂଆଁଧାର ୬୬ ରନ୍‌ କରି ଲକ୍ଷ୍ନୌ ଜିତୁଥିବା ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ ଆଶୁତୋଷ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଆଶୁତୋଷ ଆଉ କୁହାଯାଉଛି ଖୁବ ଶୀଘ୍ର ବ୍ଲୁ-ଜର୍ସିରେ ଦେଖାବାକୁ ମିଳିପାରେ ଆଶୁତୋଷଙ୍କୁ । ଆଉ ଜଣେ ସେହିଭଳି କ୍ରିକେଟରଙ୍କ ଉପରେ ନଜର ପକାଇବା ଯିଏକି ଘରୋଇ କ୍ରିକେଟରେ  ରାଜ୍ୟ ପାଇଁ ନଖେଳି ସିଧା ଆଇପିଏଲରେ ଏଣ୍ଟ୍ରିଂ ମାରିଛନ୍ତି ।

sffdsfsdsds

କନକ ବ୍ୟୁରୋ : ୨୧୦ରନର ଟାର୍ଗେଟର ପିଛା କରୁଥିବା ଦିଲ୍ଲୀ ୬୦ରନରେ ୫ଟି ୱିକେଟ ହରାଇସାରିଥିଲା, ଦର୍ଶକ ମାନେ ଟିଭି ବନ୍ଦ କରିଦେଇଥିଲେ ହେଲେ ମ୍ୟାଚରେ ଘଟିଥିଲା କରିସ୍ମା । ଇମ୍ପାକ୍ଟ ପ୍ଲେୟାର ରୁପେ ପଡିଆକୁ ଆସିଥିଲେ ଡିସିର ଆଶୁତୋଷ ଶର୍ମା ପୂରା ମ୍ୟାଚ୍‌ରେ ଛାଡ଼ିଥିଲେ ଇମ୍ପାକ୍ଟ । ଅସମ୍ଭବ ମନେ ହେଉଥିବା ବିଜୟକୁ ସହଜ କରିଦେଲେ ଆଶୁତୋଷ । ସେଥିପାଇଁ ତ କୁହାଯାଏ କ୍ରିକେଟରେ ଲାଷ୍ଟ ବଲ ନପଡିବା ଯାଏ କହିହେବନି କିଏ ଜିତିବ ଆଉ କିଏ ହାରିବ । ଗତ ସିଜନରେ ପଂଜାବକୁ ଅନେକ ମ୍ୟାଚ ଜିତାଇଥିବା ଅଭିଷେକକୁ ଚଳିତ ବର୍ଷ ଦିଲ୍ଲୀ କିଣିଥିଲା ,ଆଉ ପ୍ରଥମ ମ୍ୟାଚରେ ବିଜୟ ଉପହାର ଭେଟି ପ୍ରଦାନ କରିଥିଲେ ଆଶୁତୋଷ । ୩୧ଟି ବଲରେ ଧୂଆଁଧାର ୬୬ ରନ୍‌ କରି ଲକ୍ଷ୍ନୌ ଜିତୁଥିବା ମ୍ୟାଚ୍‌କୁ ଛଡ଼ାଇ ଆଣିଥିଲେ ଆଶୁତୋଷ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଆଶୁତୋଷ ଆଉ କୁହାଯାଉଛି ଖୁବ ଶୀଘ୍ର ବ୍ଲୁ-ଜର୍ସିରେ ଦେଖାବାକୁ ମିଳିପାରେ ଆଶୁତୋଷଙ୍କୁ । ଆଉ ଜଣେ ସେହିଭଳି କ୍ରିକେଟରଙ୍କ ଉପରେ ନଜର ପକାଇବା ଯିଏକି ଘରୋଇ କ୍ରିକେଟରେ  ରାଜ୍ୟ ପାଇଁ ନଖେଳି ସିଧା ଆଇପିଏଲରେ ଏଣ୍ଟ୍ରିଂ ମାରିଛନ୍ତି । ବିଘ୍ନେଶ ପୁଥୁର ବୟସ୨୪ ।  ବାମହାତୀ ସ୍ପିନର ବିଗ୍ନେଶ ପୁଥୁର ୧୧ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ କେରଳ କ୍ରିକେଟ୍ ଲିଗର ପ୍ରଥମ ସିଜନରେ ଆଲେପ୍ପି ରିପଲ୍ସ ଦଳର ଅଂଶ ହୋଇଥିଲେ । ପୁଥୁର ସେହି ଟୁର୍ଣ୍ଣାମେଣ୍ଟରେ ମାତ୍ର ତିନିଟି ୱିକେଟ୍ ନେଇଥିଲେ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସ୍କାଉଟ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏବଂ ଏମଆଇର ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଭଲ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିଘ୍ନେଶଙ୍କୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ସାଉଥ୍‌ ଆଫ୍ରିକା ଟି-୨୦ ପ୍ରିମିୟର ଲିଗ୍‌ରେ ଏମ୍‌ଆଇ-କେପ୍‌ଟାଉନ୍‌ର ନେଟ୍‌ ବୋଲର ରୂପେ ଯୋଗ ଦେଇଥିଲେ ।  ପରେପରେ ପ୍ରଦର୍ଶନ ଦେଖି ବିଗ୍ନେଶଙ୍କୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା । ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚରେ ସମସ୍ତଙ୍କୁ ଚକିତ କରିଥିଲେ ବିଘ୍ନେଶ । ନିଜ ସ୍ପିନ ଜାଲରେ ରୁତୁରାଜ ଗାଏକ୍ବାଡ,ଶିବମ ଦୁବେ ଓ ଦୀପକ ହୁଡାଙ୍କ ୱିକେଟ ନେଇଥିଲେ । ଯେଉଁ ପିଲା ଦିନେ ରଣଜୀ,ସାୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପାଦ ଦେଇନାହିଁ ସେ ପିଲା ଆଜି ମୁମ୍ବାଇର ଷ୍ଟାର ସ୍ପିନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe