କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି କେଦାର ଯାଦବ ଆଜିଠାରୁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଦିନ ୩ଟାରେ ସେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେରେ ରହୁଥିବା ୪୦ ବର୍ଷିୟ କେଦାର ଯାଦବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । 

Advertisment

କେଦାର ଯାଦବ ଭାରତୀୟ ଟିମ୍ ପାଇଁ ଖେଳୁଥିଲେ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ସେ ଭାରତୀୟ ଟିମରେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୩ ଟି ଏକଦିବସୀୟ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏକଦିବସୀୟରେ ତାଙ୍କ ନାମରେ ଦୁଇଟି ଶତକ ଓ ୬ଟି ଅର୍ଦ୍ଧଶତକ ରେକର୍ଡ ରହିଛି  । ଏହାସହ ସେ ୯୫ଟି ଆଇପିଏଲ୍ ମ୍ୟାଚ୍ ଖେଳି ୧୨୦୮ ରନ୍ କରିଛନ୍ତି ।

କ୍ରିକେଟରୁ ଅବସର ନେଇ ରାଜନୀତିକୁ ବାଛିଥିବା ଖେଳାଳିଙ୍କ ମଧ୍ୟରେ କେଦାର ଯାଦବ ଏକା ନୁହଁନ୍ତି । ପୂର୍ବ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ, ନବଜୋତ ସିଂ ସିଦ୍ଧୁ, ଗୌତମ ଗମ୍ଭୀର ମଧ୍ୟ କ୍ରିକେଟରୁ ଅବସର ନେବା ପରେ ଭିନ୍ନ ଭିନ୍ନ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି ।