ଅଷ୍ଟ୍ରେଲିଆ ରେ ଇତିହାସ ରଚିଲେ ଭାରତୀୟ କ୍ରିକେଟ୍ ଦଳ

ଅଷ୍ଟ୍ରେଲିଆ ଗସ୍ତରେ ଥିବା ୧୯ ବର୍ଷରୁ କମ୍‌ (ଯୁବ) ଭାରତୀୟ କ୍ରିକେଟ୍‌ ଦଳ ଇତିହାସ ରଚିଛି । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ‌ଶୃଙ୍ଖଳାକୁ ୩-୦ରେ ଜିତିଥିବା ଭାରତୀୟ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଯୁବ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୦ରେ ଜିତି ମୂଳପୋଛ କରି ନେଇଛି

Screenshot 2025-10-09 131811

Photograph: (KANKANEWS)

କନକବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ୧୯ ବର୍ଷରୁ କମ୍‌ (ଯୁବ) ଭାରତୀୟ କ୍ରିକେଟ୍‌ ଦଳ ଇତିହାସ ରଚିଛି । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ‌ଶୃଙ୍ଖଳାକୁ ୩-୦ରେ ଜିତିଥିବା ଭାରତୀୟ ଦଳ ୨ ମ୍ୟାଚ୍‌ ବିଶିଷ୍ଟ ଯୁବ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୦ରେ ଜିତି ମୂଳପୋଛ କରି ନେଇଛି। ପ୍ରଥମ ଟେଷ୍ଟ୍‌କୁ ପାଳି ଓ ୫୮ ରନ୍‌ରେ ଜିତିଥିବା ଆୟୁଷ ମହାତ୍ରେଙ୍କ ଦଳ ଦ୍ବିତୀୟ ଟେଷ୍ଟ୍‌କୁ ୭ ୱିକେଟ୍‌ରେ ଜିତି ନେଇଛି। ଫଳରେ ଏହି ୪ଦିନିଆ ମ୍ୟାଚ୍‌ ମାତ୍ର ୨ ଦିନ ମଧ୍ୟରେ ଶେଷ ହୋଇଯାଇଛି। 

ଅଷ୍ଟ୍ରେଲିଆର ପ୍ରଥମ ପାଳି ସ୍କୋର୍‌ ୧୩୫ ରନ୍‌ ଜବାବରେ ଭାରତ ୧୭୧ ରନ୍‌ କରି ୩୬ ରନ୍‌ର ‌ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ନେଇଥିଲା। ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ଯୁବ ଦଳ ଆହୁରି ଦୟନୀୟ ବ୍ୟାଟିଂ କରି ୪୦.୧ ଓଭରରେ ୧୧୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଆଲେକ୍ସ ଲି ୟଙ୍ଗ ୩୮ ରନ୍‌ କରିଥିଲା ବେଳେ ଭାରତ ପକ୍ଷରୁ ନମନ ପୁଷ୍ପକ ଓ ହେନିଲ ପଟେଲ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଫଳରେ ଭାରତ ସମ୍ମୁଖରେ ମାତ୍ର ୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ଭାରତ ୧୨.୨ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe