କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । କୁହାଯାଉଛି ଗମ୍ଭୀରଙ୍କୁ ଏହି ହତ୍ୟା ଧମକ ମେଲ ଜରିଆରେ ମିଳିଛି । ମେଲରେ କେହି ଧମକ ୩ଟି ଶବ୍ଦରେ ଲେଖିଛି ‘ I kill you’ `ଏହି ମେଲ ବାବଦରେ ଗମ୍ଭୀର ତୁରନ୍ତ ପୋଲିସକୁ ଜଣାଇବା ପରେ ଏହାକୁ ଗୁରୁତର ସହ ନେଇଛି ଦିଲ୍ଲୀ ପୋଲିସ । ପ୍ରାଥମିକ ତଦନ୍ତ ଅନୁସାରେ, ଏହି ମେଲ ISIS କାଶ୍ମୀରରୁ ଆସିଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । ଏଥିପାଇଁ ସାଇବର ସେଲର ଟିମ୍ ଇମେଲ ଟ୍ରାକ କରିବା ସହ ଟେକ୍ନିକାଲ ବିଶ୍ଳେଷଣ କରୁଛି । ତେବେ ଏଯାଏଁ ଏହି ମେଲ କିଏ ପଠାଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/24/YUPwjyJ7OBRKNa1L0Ic4.jpg)