କନକବ୍ୟୁରୋ : ଭାରତୀୟ କ୍ରିକେଟ୍ ବୋର୍ଡକୁ ମିଳିଲା ନୂଆ ବସ୍ । ପୂର୍ବତନ କ୍ରିକେଟର ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ । ରୋଜର ବିନ୍ନିଙ୍କ ସ୍ଥାନ ନେଲେ ମିଥୁନ ମନହାସ । ମିଥୁନ ମନହାସ ୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୩୦ ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ୍ କରିଛନ୍ତି । ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍ ପାଇଁ ସଂଯୋଜକ ଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ସର୍ପୋର୍ଟ ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଛନ୍ତି ।
ଭାରତୀୟ କ୍ରିକେଟ୍ ବୋର୍ଡକୁ ମିଳିଲା ନୂଆ ବସ୍ : କାହିଁକି ମିଥୁନଙ୍କ ମୁଣ୍ତରେ ବାଜିଲା ମୋହର
ଭାରତୀୟ କ୍ରିକେଟ୍ ବୋର୍ଡକୁ ମିଳିଲା ନୂଆ ବସ୍ । ପୂର୍ବତନ କ୍ରିକେଟର ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ । ରୋଜର ବିନ୍ନିଙ୍କ ସ୍ଥାନ ନେଲେ ମିଥୁନ ମନହାସ ।
/kanak/media/media_files/2025/09/28/40-2025-09-28-14-28-48.jpg)