କନକ ବ୍ୟୁରୋ: ନେପାଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ଏଠାରେ ୪୦ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଯାଉଥିବା ଏକ ଭାରତୀୟ ବସ ନଦୀକୁ ଖସି ପଡିଛି । ତାନାହୁନ ଜିଲ୍ଲାର ମର୍ସ୍ୟଣ୍ଡି ନାମକ ଉଛୁଳା ନଦୀକୁ ବସଟି ଖସିଥିବା ନେଇ ସୂଚନା ମିଳିଛି । ଏହି ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ବସଟି ଖସି ପଡ଼ିବା ପରେ ଏଯାଏଁ ଯାତ୍ରୀ କିମ୍ବା ବସର କୌଣସି ପତ୍ତା ମିଳିପାରିନାହିଁ । ବସ୍ ବା ଯାତ୍ରୀଙ୍କ ଅନୁସନ୍ଧାନ ଜାରି ରଖିଛି ପୋଲିସ ଓ ଉଦ୍ଧାରକାରୀ ଦଳ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us