ଯୁଦ୍ଧରେ ବିରତି ଘୋଷଣା ପରେ ଉଛୁଳିଲା ସେୟାର ବଜାର, ଖୋଲିବା ମାତ୍ରେ ରେକର୍ଡ ବେଗରେ ଉଠିଲା ସେନ୍‌ସେକ୍ସ ଓ ନିଫ୍ଟ

୯୦୦ ପଏଣ୍ଟ ଖୋଲିଲା ସେନ୍‌ସେକ୍ସ, ନିଫ୍ଟି ୨୭୦ ପଏଣ୍ଟ ଉପର ମୁହାଁ ।

ଉଛୁଳିଲା ସେୟାର ବଜାର

ଉଛୁଳିଲା ସେୟାର ବଜାର Photograph: (google)

କନକ ବ୍ୟୁରୋ:  ଯୁଦ୍ଧବିରାମ ଖବର ଭିତରେ ଉଛୁଳିଲା ସେୟାର ବଜାର । ସପ୍ତାହର ଦ୍ବିତୀୟ ଦିନରେ ଉପର ମୁହାଁ ଖୋଲିଲା ବଜାର । ସେନ୍‌ସେକ୍ସ ୯୦୦ ପଏଣ୍ଟ ବଢ଼ି ୮୨,୮୦୦ କାରବାର କରୁଛି । ସେହିପରି ନିଫ୍ଟି ୨୮୦ ପଏଣ୍ଟ ବଢ଼ି ୨୫,୨୫୦ରେ କାରବାର କରୁଛି । ବିଶେଷ କରି ଏସୀୟ ବଜାରରେ ଯୁଦ୍ଧବିରତିର ପ୍ରଭାବ ଦେଖିବାକୁ ମିଳିଛି । ଏସୀୟ ବଜାରରେ ୨.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳୁଛି ।

ଆମେରିକା ବଜାର ବି ଉପର ମୁହାଁ ଦେଖିବାକୁ ମିଳିଛି । ଗତକାଲି ବଜାର ତଳମୁହାଁ ବନ୍ଦ ହୋଇଥିଲା । ସେନସେକ୍ସ ୫୧୧ ପଏଣ୍ଟ ହ୍ରାସ ପାଇ ୮୧, ୮୯୭ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟ ୧୪୧ ପଏଣ୍ଟ ହ୍ରାସ ପାଇ ୨୪, ୯୭୨ ପଏଣ୍ଟରେ ବନ୍ଦ ହୋଇଥିଲା । ଇରାନ-ଇସ୍ରାଏଲ ଯୁଦ୍ଧ ଓ ଆମେରିକାର ହସ୍ତକ୍ଷେପ ଘଟଣାର ପ୍ରଭାବ ସେୟାର ବଜାରରେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe