କନକ ବ୍ୟୁରୋ : ଇତିହାସ ରଚିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ସେବା । ଗୋଟିଏ ଦିନରେ ବିମାନଯାତ୍ରା କଲେ ୫ ଲକ୍ଷରୁ ଅଧିକ ଯାତ୍ରୀ । ଏହି ବିରଳ ରେକର୍ଡ ନେଇ ସୂଚନା ଦେଇଛି ବିମାନଚଳାଚଳ ବିଭାଗ । ନଭେମ୍ବର ୧୭, ରବିବାର ଦିନ ପ୍ରାୟ ୫ ଲକ୍ଷ ୫ ହଜାର ୪୧୨ ଜଣ ଯାତ୍ରୀ ଭାରତରେ ବିମାନ ଯାତ୍ରା କରିଛନ୍ତି ।
ଏଥିସହିତ ଗୋଟିଏ ଦିନରେ ରେକର୍ଡ ୩,୧୭୩ଟି ବିମାନ ଉଡାଣ ଭରିଥିଲା । ଭାରତରେ ବଢୁଥିବା ବିମାନ ସେବାର ଚାହିଦାକୁ ଦର୍ଶାଉଛି ଏହି ଉପଲବ୍ଧି । ଦେଶବ୍ୟାପୀ ପାର୍ବଣ ଚାଲିଥିବାରୁ ଏତେ ସଂଖ୍ୟାରେ ଲୋକମାନେ ବିମାନଯାତ୍ରା କରୁଥିବା ଜଣାପଡିଛି । ଦିପାବଳି ସମୟରେ ପ୍ରାୟ ସାଢେ ୪ ଲକ୍ଷ ଲୋକ ବିମାନରେ ଯାତ୍ରା କରିଥିଲେ । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଏହା ଭାରତୀୟ ବିମାନସେବା ପାଇଁ ଶୁଭ ସଙ୍କେତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/18/BziTjALTJ8PNgcqnVCVx.jpg)