କନକ ବ୍ୟୁରୋ : ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାସିମ ମୁସା ନିପାତ । ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନ ମହାଦେବରେ ମୁସା ସମେତ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ୩ ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ହାସିମ ମୂସା ଓରଫ ସୁଲେମାନ ଥିବା ଜଣାପଡ଼ିଛି । ହାସିମ ପୂର୍ବରୁ ଜଣେ ପାକିସ୍ତାନୀ ସେନାର ସୈନିକ ଭାବେ କାମ କରୁଥିଲା । ସେହିପରି ନିପାତ ଆଉ ଦୁଇ ଆତଙ୍କବାଦୀ ହେଲେ ଅବୁ ହମଜା, ମହମ୍ମଦ ୟାସିର । ସେନାର ଏହି ସଫଳ ଅପରେସନ୍ ପରେ ଖୁସିବ୍ୟକ୍ତ କରିଛନ୍ତି ପହଲଗାମରେ ଆତଙ୍କୀ ଗୁଳିର ଶିକାର ହୋଇଥିବା ବାଲେଶ୍ବରର ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥୀ । ସେ କହିଛନ୍ତି, ସେନାର ପରାକ୍ରମ ଉପରେ ତାଙ୍କର ପୂରା ଭରସା ଅଛି ।
ମରିଗଲା ମୁସା : ଖୁସି ହେଲେ ମୃତ ପ୍ରଶାନ୍ତଙ୍କ ପତ୍ନୀ
ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନ ମହାଦେବରେ ମୁସା ସମେତ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ୩ ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ହାସିମ ମୂସା ଓରଫ ସୁଲେମାନ ଥିବା ଜଣାପଡ଼ିଛି ।
/kanak/media/media_files/2025/07/28/mussa-2025-07-28-19-26-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)