କନକ ବ୍ୟରୋ: ଜମ୍ମୁ-କାଶ୍ମୀର ଉଧମପୁର ଜିଲ୍ଲା ଡୁଡା ବସନ୍ତଗଡ ଇଲାକାରେ ଆଣ୍ଟି ଟେରର ଅପରେସନ୍ ଅବସରରେ ସହିଦ ହୋଇଥିବା ଭାରତୀୟ ସେନା ଯବାନ୍ ଝଣ୍ଟୁ ଅଲି ଶେଖଙ୍କ ମର ଶରୀରକୁ ପଶ୍ଛିମବଙ୍ଗ ନଦୀୟା ଜିଲ୍ଲା ପୈତୃକ ଘରକୁ ଅଣାଯାଇଛି । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଅନ୍ତିମ କ୍ରିୟା ହୋଇଥିଲା । ତାଙ୍କ ଶେଷ ଦର୍ଶନ ପାଇଁ ଶହଶହ ଲୋକଙ୍କ ଭିଡ ଜମିଥିଲା । ଆଉ ଏହି ସମୟରେ ସହିଦଙ୍କ ଭାଇ ରଫିକୁଲ ଶେଖଙ୍କ ବକ୍ତବ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି ।
ଝୁଣ୍ଟ ଅଲି ଶେଖ୍ ଇଣ୍ଡିଆନ୍ ଆର୍ମିର ୬ ପାରା ସ୍ପେଶାଲ ଫୋର୍ସରେ ହାବିଲଦାର ଥିଲେ । ଆଗ୍ରାରୁ ପାରା କମାଣ୍ଡୋ ଟ୍ରେନିଙ୍ଗ ଶେଷ କରିବା ପରେ ତାଙ୍କୁ ଜମ୍ମ କାଶ୍ମୀରରେ ମୁତୟନ କରାଯାଇଥିଲା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏହି ସମୟରେ ଗୁଳି ବିନିମୟ ସମୟରେ ଝୁଣ୍ଟ ଅଲିଙ୍କ ଦେହରେ ଗୁଳି ବାଜିଥିଲା । ଫଳରେ ତାଙ୍କର ଜୀବନ ଯାଇଥିଲା ।
ସହିଦଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଇ କହିଛନ୍ତି, ଭାଗ୍ୟରେ ଥିଲେ ଦେଶ ସେବା କରିବାର ସୁଯୋଗ ମିଳେ । ମୁଁ ମୋ ପିଲାମାନଙ୍କୁ ମଧ୍ୟ ସେନା ପାଇଁ ପ୍ରସ୍ତୁତ କରିବି । ସେନାର ଯବାନ କୌଣସି ନିର୍ଦ୍ଦିଷ୍ଟ ଧର୍ମର କି ଜାତିର ନୁହନ୍ତି ବରଂ ସେମାନେ ଦେଶର । ଗୋଟିଏ ପାତ୍ରରେ ରୋଷେଇ ହେଉଥିବା ଖାଦ୍ୟକୁ ସେମାନେ ଖାଆନ୍ତି । କାହାର ଦମ୍ ଅଛି ତ କହି ଦେଖାନ୍ତୁ , ଯେ ଯବାନ୍ ହିନ୍ଦୁ କି ମୁସଲମାନ୍ ବୋଲି ।