ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ: ଭାରତୀୟ ସେନାକୁ କଠୋର ପଦକ୍ଷେପ ନେବାକୁ ଦିଆଯାଇଛି ନିର୍ଦ୍ଦେଶ

ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ। ଜାମ୍ମୁ କାଶ୍ମୀରର ଶ୍ରୀନଗର, ଉଧମପୁର, ଅଖନୁର, ରାଜୌରୀ, ଆରଏସ୍ ପୁରା ଭଳି ବିଭିନ୍ନ ସେକ୍ଟରରେ ଗୁଳିବର୍ଷା କରିଛି ପାକିସ୍ତାନ ।

rgrgr

Photograph: (kanak news)

କନକ ବ୍ୟୁରୋ: ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ। ଜାମ୍ମୁ କାଶ୍ମୀରର ଶ୍ରୀନଗର, ଉଧମପୁର, ଅଖନୁର, ରାଜୌରୀ, ଆରଏସ୍ ପୁରା ଭଳି ବିଭିନ୍ନ ସେକ୍ଟରରେ ଗୁଳିବର୍ଷା କରିଛି ପାକିସ୍ତାନ । ଯାହାକୁ ନେଇ ପ୍ରେସମିଟ୍ ଜରିଆରେ ଉଦ୍‌ବେଗ ପ୍ରକାଶ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍ କରି ଏହି ଅଭିଯୋଗ ଆଣିଛନ୍ତି। ତେବେ ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେଇଥିବା କହିଛନ୍ତି ଭାରତର ବୈଦେଶିକ ସଚିବ। ଯୁଦ୍ଧ ବିରତି ପାଇଁ ଘୋଷଣା କରିବା ସତ୍ତ୍ବେ ସୀମାରେ ଅସ୍ତ୍ରବିରତି ଉଲଂଘନ ନିନ୍ଦନୀୟ ବୋଲି ସେ କହିଛନ୍ତି । ଏହାର ସଠିକ୍ ଓ ଦୃଢ ଭାବେ ଜବାବ ଦେବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe