ଭାରତୀୟ ସେନା ମୁଖ୍ୟଙ୍କ ଅଲଜେରିଆ ଗସ୍ତ : ପ୍ରତିରକ୍ଷା ସହଭାଗୀତା ନେଇ କରିବେ ଆଲୋଚନା

Advertisment

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା ସହଯୋଗ । ଜେନେରାଲ ଦ୍ୱିବେଦୀ ସେଠାରେ ସେନା-ସେନା ସମ୍ପର୍କକୁ ମଜବୁତ କରିବା, ମିଳିତ ତାଲିମ ଓ କ୍ଷମତା ନିର୍ମାଣକୁ ବଢାଇବା ଏବଂ ପ୍ରତିରକ୍ଷା ପ୍ରଯୁକ୍ତିରେ ସହଯୋଗ ଉପରେ ଆଲୋଚନା କରିବେ ।

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା ସହଯୋଗ । ଜେନେରାଲ ଦ୍ୱିବେଦୀ ସେଠାରେ ସେନା-ସେନା ସମ୍ପର୍କକୁ ମଜବୁତ କରିବା, ମିଳିତ ତାଲିମ ଓ କ୍ଷମତା ନିର୍ମାଣକୁ ବଢାଇବା ଏବଂ ପ୍ରତିରକ୍ଷା ପ୍ରଯୁକ୍ତିରେ ସହଯୋଗ ଉପରେ ଆଲୋଚନା କରିବେ ।

58

କନକ ବ୍ୟୁରୋ : ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଅଲଜେରିଆର ସରକାରୀ ଗସ୍ତରେ ପହଞ୍ଚିଛନ୍ତି । ଅପରେସନ ସିନ୍ଦୁରର ସଫଳତା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ ।  ଯାହା ଭାରତର ବଢୁଥିବା ରଣନୀତିକ ସକ୍ରିୟତା ଏବଂ ଆନ୍ତର୍ଜାତୀୟ ଭାଗିଦାରୀକୁ ଦର୍ଶାଉଛି । ତାଙ୍କର ଏହି ଗସ୍ତ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଚାଲିବ । ସେନା ମୁଖ୍ୟଙ୍କ ଏହି ଗସ୍ତ ରାଷ୍ଟ୍ରପତି ଏବଂ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫଙ୍କ ନିକଟରେ ହୋଇଥିବା ଗସ୍ତ ପରେ ହେଉଛି, ଯାହା ଭାରତ-ଅଲଜେରିଆର ଦୃଢ଼ ସମ୍ପର୍କର ପ୍ରତୀକ ।

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା ସହଯୋଗ । ଜେନେରାଲ ଦ୍ୱିବେଦୀ ସେଠାରେ ସେନା-ସେନା ସମ୍ପର୍କକୁ ମଜବୁତ କରିବା, ମିଳିତ ତାଲିମ ଓ କ୍ଷମତା ନିର୍ମାଣକୁ ବଢାଇବା ଏବଂ ପ୍ରତିରକ୍ଷା ପ୍ରଯୁକ୍ତିରେ ସହଯୋଗ ଉପରେ ଆଲୋଚନା କରିବେ । ଅଲଜେରିଆ ନିକଟରେ ଭାରତୀୟ ଉପକରଣ ବହୁଳ ପରିମାଣରେ ଥିବାରୁ , ଭାରତ ପରିଚାଳନା ଅନୁଭବ , ରକ୍ଷଣାବେକ୍ଷଣ ଏବଂ ତାଲିମରେ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିପାରିବ । ଏଥିସହ, ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀ, ବିଶେଷ କରି ଆଧୁନିକୀକରଣ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରାଯିବ । ଗସ୍ତ ସମୟରେ ଭାରତୀୟ ସେନା ମୁଖ୍ୟ ଆତଙ୍କବାଦ ପ୍ରତି ଶୂନ ସହନଶୀଳତା ନୀତି ବିଷୟରେ ଜଣେଇବା ସହ ଏବଂ ଆଞ୍ଚଳିକ ତଥା ବିଶ୍ୱ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ବିଚାର ବିମର୍ଶ କରିବେ। ଏହି ଆଲୋଚନା ପାରସ୍ପରିକ ବିଶ୍ୱାସ, ସମନ୍ୱୟ ଏବଂ ବାସ୍ତବବାଦୀ ସହଯୋଗକୁ ନୂଆ ଶକ୍ତି ପ୍ରଦାନ କରିବ।

ଏହି ଗସ୍ତ ସମୟରେ, ଜେନେରାଲ ଦ୍ୱିବେଦୀ ଅଲଜେରିଆର ବରିଷ୍ଠ ନେତୃତ୍ୱ ସହିତ ଉଚ୍ଚ-ସ୍ତରୀୟ ବୈଠକ କରିବେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ମନ୍ତ୍ରୀ ଏବଂ ପିପୁଲ୍ସ ନ୍ୟାସନାଲ ଆର୍ମିର ଚିଫ୍ ଅଫ ଷ୍ଟାଫ ଜେନେରାଲ ସଇଦ ଚାନେଗ୍ରିହା, ସେନା କମାଣ୍ଡର ଲେଫ୍ଟ ଜେନେରାଲ ମୁସ୍ତାଫା ସ୍ମାଲି ଏବଂ ଅଲଜେରିଆରେ ଭାରତୀୟ ରାଷ୍ଟ୍ରଦୂତ ଡ. ସ୍ୱାତି କୁଲକର୍ଣ୍ଣି ସାମିଲ ଅଛନ୍ତି । ସେ ସ୍କୁଲ ଅଫ୍‌ କମାଣ୍ଡ୍‌ ଆଣ୍ଡ୍‌ ମେଜର ଷ୍ଟାଫ୍‌, ଟାମେଣ୍ଟଫୋଷ୍ଟ , ଚେରଶେଲ ମିଲିଟାରୀ ଏକାଡେମୀ ପରି ପ୍ରମୁଖ ସାମରିକ ଅନୁଷ୍ଠାନ ପରିଦର୍ଶନ କରିବେ ଏବଂ ଶହୀଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଭାରତ ଆଫ୍ରିକା ଏବଂ ଭୂମଧ୍ୟସାଗର କ୍ଷେତ୍ର ପର୍ଯ୍ୟନ୍ତ ନିଜର ପହଞ୍ଚରେ ଅଲଜେରିଆକୁ ସ୍ୱାଭାବିକ ଭାଗିଦାରୀ ମାନେ । ସାହେଲ କ୍ଷେତ୍ରର ସୁରକ୍ଷା, ଶକ୍ତି ସମ୍ବଳ ଏବଂ ଆଧୁନିକ ସାମରିକ କ୍ଷମତା ହେତୁ ଅଲଜେରିଆ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଜେନେରାଲ ଦ୍ୱିବେଦୀଙ୍କ ଏହି ଗସ୍ତ ଭାରତ–ଅଲଜେରିଆ ସମ୍ପର୍କକୁ ନୂଆ ଗତି ପ୍ରଦାନ କରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe