ଦେଶର ସୁରକ୍ଷା ସକାଶେ କ୍ୟାବିନେଟ୍ କମିଟି ପକ୍ଷରୁ ଭାରତୀୟ ସେନା ପାଇଁ ୩୦୭ ଆଡଭାନ୍ସ ଟୋଡ୍ ଆର୍ଟିଲରୀ ଗନ୍ ସିଷ୍ଟମ ଅର୍ଥାତ୍ ATAGS କିଣିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହି ଅତ୍ୟାଧୁନିକ ବନ୍ଧୁକର ରେଞ୍ଜ୍ ହେଉଛି ୪୮ କିଲୋମିଟର । ମୋଟାମୋଟି ଭାବରେ କହିବାକୁ ଗଲେ , ଯୁଦ୍ଧ ସ୍ଥିତି ଉପୁଜିଲେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଛିଡ଼ା ହୋଇ ଏହି ବନ୍ଧୁକର ବ୍ୟବହାର କରିବା ଯାହା ଶତ୍ରୁଙ୍କ ଉପରେ ମୃତ୍ୟୁର ବର୍ଷା କରିବା ତାହା ।

Advertisment
ATAGs
ATAGs Photograph: (google)

ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରେସ୍ ରିପୋର୍ଟ ଅନୁସାରେ , ଦେଶର ସୁରକ୍ଷା ପାଇଁ ସିସିଏସ୍ ପକ୍ଷରୁ ପାଖାପାଖି ୭୦୦୦ କୋଟି ଟଙ୍କାର ସ୍ବଦେଶୀ ATAGS କିଣିବା ପାଇଁ ମୋହର ଲଗାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ଆତ୍ମନିର୍ଭର ଭାରତ ପାଇଁ ଏକ ବଡ଼ ଫଇସଲା ବୋଲି ମନେ କରାଯାଉଛି । ATAGS ତୋପର ଲକ୍ଷଭେଦ କରିବାର କ୍ଷମତା କଥା ଯଦି କହିବା ୫୫ MM ୫୨ କେଲିବରର ଏହି ତୋପ ୧୫ ସେକେଣ୍ଡ ଭିତରେ ୩ ରାଉଣ୍ଡ ଗୁଳି ଫୁଟାଇବାର ସାମର୍ଥ୍ୟ ରଖେ । ଏହି ତୋପ ୩ ମିନିଟ୍ ଭିତରେ ୧୫ ରାଉଣ୍ଡ୍ ଗୁଳି ଏବଂ ଲଗାତାର ୬୦ ମିନିଟରେ ୬୦ ରାଉଣ୍ଡ୍ ଗୁଳି ଫୁଟାଇବାର ସାମର୍ଥ୍ୟ ରଖେ । ଏହାର ଖାସ୍ କଥା ହେଉଛି , ଏ ଦୁନିଆର ଏମିତି ଏକମାତ୍ର ତୋପ ଯାହା ୪୮ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁଙ୍କ ଠିକଣାକୁ ଛିନଛତର କରିବାର ସାହସ ରଖେ । ସରଳ ଭାଷାରେ କହିବାକୁ ଗଲେ , ଏହା ଦୁନିଆର ସବୁଠାରୁ ଅଧିକ ରେଞ୍ଜର ବିପଦଜ୍ଜନକ ତୋପ । ଏହାକୁ ଯେକୌଣସି ଋତୁ ବା ପାଗରେ ବ୍ୟବହାର କରାଯାଇପାରିବ , କାରଣ ଏହାର ଡିଜାଇନ୍ ୱେଦର୍ ଫ୍ରେଣ୍ଡଲି । 

ଏହି ତୋପର ପରୀକ୍ଷଣ ପୋଖରଣର ମରୁଭୂମିରୁ ନେଇ ସିକ୍କିମର ପାହାଡ଼ ଅଞ୍ଚଳରେ ହୋଇଛି । ସଫଳ ପରୀକ୍ଷଣ ପରେ ସେନା ପାଇଁ ଫିଟ୍ ହୋଇପାରିଛି ଏହି ତୋପ । ATAGS ତୋପର ଡିଜାଇନ୍ ଏବଂ ଡେଭଲପ୍ ଭାରତରେ ହିଁ କରାଯାଇଥିବାରୁ ଏହା ଆତ୍ମନିର୍ଭର ଭାରତର ସଫଳ ଉଦାହରଣ ହେବ ବୋଲି ସରକାରଙ୍କ ଆଶା ରହିଛି । ଏହି ତୋପର ପ୍ରଡକ୍ସନ୍ ଭାରତରେ ପ୍ରାଇଭେଟ୍ ପ୍ଲେୟର୍ସ ଅର୍ଥାତ୍ ଭାରତ ଫୋର୍ଜ ଏବଂ ଟାଟା ଆଡଭାନ୍ସ ସିଷ୍ଟମ୍ କରିବେ ।