କନକ ବ୍ୟୁରୋ: ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଏଲଓସିରେ  ଲଗାତାର  ଜାରି ରହିଛି ଗୁଳି ବର୍ଷା । ପାକ୍‌ ସେନା  ଲଗାତାର  ଭାରତୀୟ ଗାଁମାନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା । ଭାରତର ଆକ୍ରମଣରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଥରହର । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଆକ୍ରମଣର ମାତ୍ର ୪ ଦିନ ହୋଇନି ପାକିସ୍ତାନରେ ସେହବାଜ ସରିଫ୍‌ ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡିଲାଣି । ପାକିସ୍ତାନ ସାଂସଦ ମାନେ ପ୍ରଧାନମନ୍ତ୍ରୀ  ସେହବାଜ ସରିଫ୍‌ଙ୍କୁ କଟୁ କଥା କହିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ  ଲାଗିଛି । ଯେଉଁଥିରେ  ସାଂସଦ ଶାହିଦ ଖଟ୍ଟର  ନିଜ ସରକାରଙ୍କୁ  ଘେରିବାର ଦେଖାଯାଇଛି । ପ୍ରଧାନମନ୍ତ୍ରୀ ସେହବାଜଙ୍କୁ କାପୁରୁଷ ବୋଲି କହୁଛନ୍ତି  ସାଂସଦ ଶାହିଦ ଖଟ୍ଟର ।

Advertisment

ଖାଲି ଏତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଘ ସହ ତୁଳନା କରି କହିଛନ୍ତି  ନରେନ୍ଦ୍ର ମୋଦୀଙ୍କ ନାଁ ନେବାକୁ ଆମକୁ ଡ଼ର ଲାଗୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ  ପ୍ରଶଂସା କରିଛନ୍ତି ପାକ୍‌ ସାଂସଦ ।  ଏଠି ଆମେ କହିଦେଉଛୁ ଯେ,  ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ  ଭାରତ ଉପରେ ଆକ୍ରମଣ  କରାଯିବାର ଚେଷ୍ଟା କରାଯାଇଥିଲା । କିନ୍ତୁ ଭାରତୀୟ ସେନା  ପାକ୍‌ର ସବୁ ଯୋଜନାକୁ ପଣ୍ଡ କରିଥିଲା । ଭାରତୀୟ ସେନାର କଡା ଜବାବରେ  2 F-16   ସମେତ  ପାକିସ୍ତାନର ୪ଟି ଫାଇଟର ଜେଟ୍‌ କୁ ନଷ୍ଟ କରିଥିଲା ସେନା । ଏଥିସହିତ  ପାକିସ୍ତାନର ପଞ୍ଜାବରେ ଏକ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍ (AWACS) ବିମାନକୁ ମଧ୍ୟ ଖସାଇ ଦେଇଛି । ଭାରତର  ଆକ୍ରମଣରେ ପାକିସ୍ତାନ ଏକପ୍ରକାର ଥରହର । ଚାରିଆଡୁ ପାକ୍‌କୁ ଘେରିଛି ଭାରତ ।