କନକ ବ୍ୟୁରୋ: କାନାଡା ଉପରେ ପୁଣି ସଂଗୀନ ଅଭିଯୋଗ । ଏହି ଅଭିଯୋଗ ଆଉ କେହି ନୁହେଁ ଭାରତୀୟ ରାଷ୍ଟ୍ରଦୂତ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । କାନାଡା ସରକାରଙ୍କୁ ଠୁ ନେଇ ସେନା । ସମସ୍ତେ ଖଲିସ୍ତାନୀ ସମର୍ଥକ ବୋଲି କହିଛନ୍ତି ରାଷ୍ଟ୍ରଦୂତ ସଂଜୟ ବର୍ମା । କେବଳ ସେତିକି ନୁହେଁ କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଖଲିସ୍ତାନୀମାନେ ମୋଟା ଅଙ୍କର ଅର୍ଥ ଲାଳସା ଦେଇ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରୁଥିବା ଅଭିଯୋଗ ମଧ୍ୟ ହୋଇଛି ।ସାକ୍ଷାତକାରିରେ ସଂଜୟ ବର୍ମା କହିଛନ୍ତି ସେଠାରେ ଧର୍ମ ନାଁରେ ସେଠି ଆତଙ୍କ ଚାଲିଛି । ନିଜକୁ ଶିଖ କହି ଖଲିସ୍ତାନୀମାନେ ଆକ୍ରମଣ କରୁଛନ୍ତି ।ଏପରିକି ଦିନେ ତାଙ୍କୁ ମରଣାତକ ଆକ୍ରମଣ ହୋଇଥିବା ସଂଜୟ ବର୍ମା କହିଛନ୍ତି । ଏଥିସହ ରାଷ୍ଟ୍ରଦୂତ ଭାରତୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅପିଲ କରି ସୁରକ୍ଷା ଦିଗରେ ଅଧିକ ସଜାଗ ରହିବାକୁ କହିଛନ୍ତି । କାନାଡାରେ ଥିବା ହଜାର ସଂଖ୍ୟ ଛାତ୍ରଛାତ୍ରୀଙ୍କୁ ଖଲିସ୍ତାନୀ ଟାର୍ଗେଟ କରୁଛନ୍ତି । ନିଜର ହତ୍ୟା ମାମଲାକୁ ନେଇ ଭାରତ-କାନାଡା ମଧ୍ୟରେ ତିକ୍ତତା ବଢ଼ୁଛି ।

Advertisment