ପାକିସ୍ତାନର ଟାର୍ଗେଟରେ ଥିଲା ସ୍ବର୍ଣ୍ଣ ମନ୍ଦିର । ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଟାର୍ଗେଟ୍ କରିବାକୁ ପାକ୍ କରିଥିବା ସମସ୍ତ ଯୋଜନାକୁ ପଣ୍ଡ କରିଥିଲା ଭାରତୀୟ ସେନା । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂରରେ ପାକିସ୍ତାନଠୁ ପ୍ରତିଶୋଧ ନେଇଥିଲା । ଏହାର ପାଲଟା ଜବାବ ଦେଇ ପାକିସ୍ତାନ ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ଗୁଳିମାଡ କରିଥିଲା । ଏହା ଭିତରେ ମେ’ ୮ ରେ ଅମୃତସର ସ୍ବର୍ଣ୍ଣ ମନ୍ଦିରକୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲେ ବି ତାହା ସଫଳ ହୋଇପାରିନି ।

Advertisment
golden Temple 22
golden Temple 22 Photograph: (google)

 ପାକିସ୍ତାନ ଟାର୍ଗେଟରେ ଥିଲା ‘ସ୍ବର୍ଣ୍ଣ ମନ୍ଦିର’

-ଅମୃତସରର ସ୍ବର୍ଣ୍ଣ ମନ୍ଦିର ପାକିସ୍ତାନର ଟାର୍ଗେଟରେ ଥିଲା 

-ଭାରତୀୟ ସେନା ପାକ୍‌ର ଯୋଜନାକୁ ପଣ୍ଡ କରିଥିଲେ 

-କବଚ ପାଲଟି ସୁରକ୍ଷା ଦେଇଥିଲା ସେନା

-ଆକାଶ ମିସାଇଲ୍ ଓ ଏଲ୍‌ ୭୦ ଏୟାର ଡିଫେନ୍ସ ଗନ୍‌ ଦେଇଥିଲା ଜବାବ

-ପାକିସ୍ତାନ ପଟୁ ଆସିଥିବା ମିସାଇଲ୍ ଓ ଡ୍ରୋନକୁ କରି ଦେଇଥିଲା ଅକାମୀ

-ଆକାଶରେ ସମସ୍ତ ପାକିସ୍ତାନ ଗନ୍‌ ଓ ଡ୍ରୋନକୁ ଧ୍ଵଂସ କରିଥିଲା ସେନା

ସ୍ବର୍ଣ୍ଣ ମନ୍ଦିର ବିପଦରେ ଥିବା ଜାଣି ଆକ୍ସନ ମୋଡକୁ ଆସିଥିଲା ଭାରତୀୟ ସେନା । ମନ୍ଦିରର ସୁରକ୍ଷା କବଚ ସାଜିଥିଲା ଆକାଶ ମିସାଇଲ୍ । କେମିତି କାମ କରିଥିଲା ଆକାଶ ମିସାଇଲ୍ ଓ ଏଲ୍-୭୦ ଏୟାର ଡିଫେନ୍ସ ଗନ୍‌ । ଏହାର ଡେମୋ ଦେଖାଇଛି ସେନା । 

AKASH MISSILE
AKASH MISSILE Photograph: (google)

ସୁରକ୍ଷା କବଚ ‘ଆକାଶ ମିସାଇଲ୍’

-ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା କରି ସେନା ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା

-ବିଶେଷ କରି ସୀମାବର୍ତ୍ତୀ ସହରରେ ଏୟାର ଡିଫେନ୍ସ ବ୍ୟବସ୍ଥାକୁ ସକ୍ରିୟ କରାଯାଇଥିଲା

- ମେ’ ୮ ତାରିଖ ଭୋରରୁ ପାକିସ୍ତାନର ଡ୍ରୋନ୍ ଓ ମିସାଇଲ୍‌ ଭାରତକୁ ଟାର୍ଗେଟ୍ କରିଥିଲା

- ଏହି ସମୟରେ କମାଲ ଦେଖାଇଥିଲେ ଆକାଶ ଓ ଏୟାର ଡିଫେନ୍ସ ଗନ୍‌

- ଆକାଶ ମିସାଇଲ୍ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୗଶଳରେ ନିର୍ମିତ   

- ଶତ୍ରୁକୁ ଧୂଳି ଚଟାଇଛି ସ୍ବଦେଶୀ ଜ୍ଞାନକୗଶଳରେ ନିର୍ମିତ ଯୁଦ୍ଧାସ୍ତ୍ର 

ସେପଟେ ଭାରତୀୟ ସେନା ଜାରି କରିଛି ଅପରେସନ ସିନ୍ଦୂରର ନୂଆ ଭିଡିଓ । ପରାକ୍ରମ ଓ ବୀରତ୍ଵର କାହାଣୀ ବଖାଣୁଛି ଏହି ଭିଡିଓ । କେମିତି ଶତ୍ରୁ ପାକିସ୍ତାନକୁ ଭାରତୀୟ ସେନା ଧୂଳି ଚଟାଇଛି ସେନେଇ ଭିଡିଓରେ ଦର୍ଶାଯାଇଛି । କ୍ରମାଗତ ଭାବେ ସେନା ପକ୍ଷରୁ ଅପେରସନ ସିନ୍ଦୂରକୁ ନେଇ ୪ଟି ଭିଡିଓ ଜାରି କରିସାରିଲାଣି ସେନା । ଏହି ସମସ୍ତ ଭିଡିଓ କହୁଛି ସେନା ପରାକ୍ରମର କଥା ।