କନକ ବ୍ୟୁରୋ : ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଆଘାତ ସମସ୍ୟାର ସମ୍ମୁଖୀନ ହେଉଛି । ଦଳର କିଛି ଷ୍ଟାର ଖେଳାଳି ଆହତ ହୋଇଛନ୍ତି । ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ,ବାମ ଆଣ୍ଠୁ ଆଘାତ ଯୋଗୁଁ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ବାକି ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି । ବିସିସିଆଇ ଏହାର ବିଜ୍ଞପ୍ତିରେ ଆହୁରୀ କହିଛି, ଦ୍ରୁତ ବୋଲର ଅର୍ଶଦୀପ ସିଂହ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି । ବେକେନହାମରେ ଏକ ତାଲିମ ଅଧିବେଶନ ସମୟରେ ନେଟ୍ସରେ ବୋଲିଂ କରୁଥିବା ସମୟରେ ଅର୍ଶଦୀପ ସିଂହଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା ଡାହାଣହାତୀ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛି ଟିମ୍ ଇଣ୍ଡିଆ । କାମ୍ବୋଜ ମାଞ୍ଚେଷ୍ଟରରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ତେବେ ଯଦି ଚୂଡ଼ାନ୍ତ ଏକାଦଶରେ ଅଂଶୁଲ କମ୍ୱୋଜଙ୍କୁ ସ୍ଥାନ ମିଳେ ତେବେ ସେ ଟେଷ୍ଟରେ ଡେବ୍ୟୁ କରିବେ । ଅଂଶୁଲ କମ୍ବୋଜ ହରିୟାଣା ପାଇଁ ଖେଳନ୍ତି । କମ୍ବୋଜ ଦ୍ରୁତ ବୋଲର ସହ ଅଲରାଉଣ୍ଡର ଭାବରେ ବେଶ୍ ଜଣାଶୁଣା
ଖେଳାଳି ଆହତ ନେଇ ଚିନ୍ତାରେ ଭାରତ, ଅଂଶୁଲ ସାଜିପାରନ୍ତି ଟିମ୍ ଇଣ୍ଡିଆର ନୂଆ ଆଶା
ବିସିସିଆଇ ଏହାର ବିଜ୍ଞପ୍ତିରେ ଆହୁରୀ କହିଛି, ଦ୍ରୁତ ବୋଲର ଅର୍ଶଦୀପ ସିଂହ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି । ବେକେନହାମରେ ଏକ ତାଲିମ ଅଧିବେଶନ ସମୟରେ ନେଟ୍ସରେ ବୋଲିଂ କରୁଥିବା ସମୟରେ ଅର୍ଶଦୀପ ସିଂହଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା ଡାହାଣହାତୀ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛି ଟିମ୍ ଇଣ୍ଡିଆ ।
/kanak/media/media_files/2025/07/21/46-2025-07-21-21-04-07.jpg)