କନକ ବ୍ୟୁରୋ: ଚଳିତ ଏସିଆ କପରେ ଭାରତ ଏକତରଫା ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଏ'ର ଏକ ମ୍ୟାଚରେ ଭାରତ ୯ ଓ୍ୱିକେଟରେ ଯୁଏଇକୁ ହରାଇଥିଲା । ଏହି ବିଜୟ ସହ ଭାରତ ନାଁରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଥିଲା ।
ଏସିଆ କପ ଟି-୨୦ ଫର୍ମାଟରେ ଏହା ସବୁଠାରୁ ଛୋଟ ମ୍ୟାଚ ରହିଥିଲା । ଉଭୟ ଦଳ ମୋଟ ୧୭.୪ ଓଭର ଖେଳିଥିଲେ । ଭାରତ ୪.୩ ଓଭର ଖେଳି ବିଜୟ ହାସଲ କରିଥିଲା । ପୂର୍ବରୁ ସବୁଠାରୁ ଛୋଟ ମ୍ୟାଚ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ନାଁରେ ରହିଥିଲା । ୨୦୨୨ରେ ଅନୁଷ୍ଠିତ ଏହି ମ୍ୟାଚରେ ମୋଟ୍ ୨୯.୫ ଓଭର ଖେଳ ହୋଇଥିଲା । ଭାରତ ଖେଳିଥିବା ମ୍ୟାଚ ମଧ୍ୟରେ ସବୁଠୁ ଛୋଟ ମ୍ୟାଚ ୨୪.୧ ଓଭର ଖେଳାଯାଇଥିଲା । ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ୨୦୨୨ରେ ଏହି ମ୍ୟାଚ ଆୟୋଜିତ ହୋଇଥିଲା ।
ତେବେ ଚଳିତ ବର୍ଷ ଏସିଆ କପରେ ଖେଳାଯାଇଥିବା ଭାରତ-ୟୁଏଇ ମ୍ୟାଚ ଟି-୨୦ର ସବୁଠାରୁ ଛୋଟ ମ୍ୟାଚ । ଏହି ମ୍ୟାଚରେ ୟୁଏଇ ଦଳ ମାତ୍ର ୫୭ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ୯୩ଟି ବଲ ବାକି ଥାଇ ଏହି ମ୍ୟାଚ ଜିତି ନେଇଥିଲା । ଟି-୨୦ ଫର୍ମାଟରେ ଭାରତର ଏହା ସର୍ବାଧିକ ବଲ ବ୍ୟବଧାନ ବିଜୟ । ପୂର୍ବରୁ ଏହି ରେକର୍ଡ ସ୍କଟଲାଣ୍ଡ ବିପକ୍ଷରେ ରହିଥିଲା । ୨୦୨୨ ଟି-୨୦ ବିଶ୍ୱକପରେ ଭାରତ ୮୧ ବଲ ବାକି ଥାଇ ସ୍କଟଲାଣ୍ଡକୁ ହରାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/09/11/s-2025-09-11-15-16-53.jpg)