କନକ ବ୍ୟୁରୋ : ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ନୂଆ ଯୁଗ ଆରମ୍ଭ । ଶୁଭମନ ଗିଲଙ୍କ ନେତୃତ୍ବରେ ପ୍ରଥମ ଟେଷ୍ଟ ଜିତିଲା ଦଳ । ଘରୋଇ ପରିବେଶରେ ଟେଷ୍ଟ୍ ସିରିଜରେ ଭାରତର କ୍ଲିନ୍ ସୁଇପ୍ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ । ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶେଷ ଦିନରେ ବିଜୟୀ ହୋଇଛି । ତେବେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ ।
𝐆𝐀𝐌𝐄. 𝐒𝐄𝐓. 𝐃𝐎𝐍𝐄 ✅
— BCCI (@BCCI) October 14, 2025
A comfortable 7️⃣-wicket victory for #TeamIndia in Delhi ✌️
With that they take the series 2️⃣-0️⃣ 🏆
Shubman Gill registers his first series win as Captain 👏
Scorecard ▶ https://t.co/GYLslRyLf8#INDvWI | @IDFCFIRSTBankpic.twitter.com/IwQFHmSQ5O
କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟସ୍ୱାଲ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କୁଲଦୀପ ମ୍ୟାଚ୍ରେ ମୋଟ ଆଠ ୱିକେଟ୍ ନେଇଥିବା ବେଳେ ୧୭୫ ରନ୍ର ପାଳି ଖେଳିଥିଲେ ଯଶସ୍ବୀ ଜୟସ୍ବାଲ । ଅହମ୍ମଦାବାଦରେ ଖେଳାଯାଇଥିବା ସିରିଜ୍ର ପ୍ରଥମ ଟେଷ୍ଟ୍ରେ ଭାରତୀୟ ଦଳ ଏକ ଇନିଂସ୍ ଏବଂ ୧୪୦ ରନ୍ରେ ଏକ ବଡ଼ ବିଜୟ ହାସଲ କରିଥିଲା । ଏହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର କ୍ରମାଗତ ଦଶମ ଟେଷ୍ଟ ସିରିଜ ବିଜୟ । ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ୨୦୦୨ ମସିହାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଭାରତକୁ ପରାସ୍ତ କରିଥିଲା । ସେବେଠାରୁ, ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତି ନାହିଁ ।