କନକ ବ୍ୟୁରୋ: ସଞ୍ଜୁଙ୍କ ଶତକ ପରେ ସ୍ପିନ୍ ଯାଦୁ । ବିଜୟରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ । ପ୍ରଥମ ଭାରତୀୟ ଭାବେ ସଞ୍ଜୁ ସାମସନ୍ କ୍ରମାଗତ ଟ୍ୱେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ସ୍ପିନରଙ୍କ କମାଲ କାରଣରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ସଞ୍ଜୁ ୫୦ ବଲରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତ୍ତୀ , ରବି ବିଷ୍ଣୋଇ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ଭାରତ ୨୦୨ ରନ୍ ସ୍କୋର୍ କରିବା ପରେ ଐଦେନ ମାରକ୍ରମଙ୍କ ଦଳ ୧୪୧ ରନ୍ରେ ସମସ୍ତ ୱିକେଟ ହରାଇଦେଇଥିଲା । ଏହାସହ ୪ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି । ରବିବାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us