କନକ ବ୍ୟୁରୋ: ନବମଥର ଏସିଆ କପ୍ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଫାଇନାଲ ମ୍ୟାଚରେ ପରାସ୍ତ କରି ଭାରତ ଏହି ରେକର୍ଡ ସୃଷ୍ଟି କରିଛି । ତିଲକ ବର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ଫଳରେ ଭାରତ ୫ ଓ୍ୱିକେଟରେ ବିଜୟୀ ହୋଇଛି ।
ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପାକିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ଦୁଇ ଓପନର ଚମତ୍କାର ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୭ ଓ ଫକର ଜମାନ ୪୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଫଳରେ ଦଳ ୧୯ ଓଭର ୧ ବଲ ଖେଳି ୧୪୬ ରନ କରିଥିଲା । ଭାରତ ପକ୍ଷରୁ କୁଲଦୀପ ୪ ଓ୍ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଯଶପ୍ରିତ ବୁମରାହ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।
ସେହିପରି ୧୪୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଝଟକା ଦେଇଥିଲା । ଭାରତର ପ୍ରମୁଖ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟ କୁମାର ଯାଦବ ବିଫଳ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ତିଲକ ବର୍ମା ଆଉ ତାଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ ଓ ଶିବମ ଦୁବେ । ଫଳରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି । ଆଉ ଏସିଆ କପ ନିଜ ନାଁରେ କରିଛି ।