ଦିନିକିଆ ଶୃଙ୍ଖଳା ହାରିଲା ଭାରତୀୟ ମହିଳା ଦଳ: ଅଷ୍ଟ୍ରେଲିଆ ୨-୦ରେ ଜିତିଲା

Advertisment

ଶୁକ୍ରବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରତୀକା ରାୱଲ ଓ ଅଧିନାୟିକା ହର୍‌ମନପ୍ରୀତ କୌର ଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍‌ ହରାଇ ୨୫୧ ରନ୍‌ କରିଥିଲା । ପ୍ରତୀକା ଓ ସ୍ମୃତି ମନ୍ଧାନା ପ୍ରଥମ ୱିକେଟ୍‌ରେ ୭୮ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ । ହେଲେ ଭାରତୀୟ ବ୍ୟାଟର୍‌ ଖରାପ ସଟ୍‌ ଖେଳିବାରୁ ଦଳ ଲଗାତାର ୱିକେଟ୍‌ ହରାଇ ବଡ଼ ସ୍କୋର୍‌ କରିପାରି ନଥିଲା ।

ଶୁକ୍ରବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରତୀକା ରାୱଲ ଓ ଅଧିନାୟିକା ହର୍‌ମନପ୍ରୀତ କୌର ଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍‌ ହରାଇ ୨୫୧ ରନ୍‌ କରିଥିଲା । ପ୍ରତୀକା ଓ ସ୍ମୃତି ମନ୍ଧାନା ପ୍ରଥମ ୱିକେଟ୍‌ରେ ୭୮ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ । ହେଲେ ଭାରତୀୟ ବ୍ୟାଟର୍‌ ଖରାପ ସଟ୍‌ ଖେଳିବାରୁ ଦଳ ଲଗାତାର ୱିକେଟ୍‌ ହରାଇ ବଡ଼ ସ୍କୋର୍‌ କରିପାରି ନଥିଲା ।

India vs Australia

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ଘରୋଇ ଦଳ ବିପକ୍ଷ ଦିନିକିଆ ଶୃଙ୍ଖଳା ହାତଛଡ଼ା କରିଛି । ଏହି ଗସ୍ତରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ରହିଛି । ଶୁକ୍ରବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆକୁ ଘରୋଇ ଦଳ ୫ ୱିକେଟ୍‌ରେ ଜିତି ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି । ତୃତୀୟ ତଥା ଶେଷ ଦିନିକିଆ ରବିବାର ଖେଳାଯିବ । 

ଏହା ବି ପଢ଼ନ୍ତୁ: ରଣଜୀ ଟ୍ରଫି ଫାଇନାଲ୍‌: ମାଇଲ୍‌ଖୁଣ୍ଟ ଦ୍ୱାରରେ ଜମ୍ମୁ କାଶ୍ମୀର

ଶୁକ୍ରବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରତୀକା ରାୱଲ (୫୨, ୮୧ ବଲ୍‌, ୬ ଚୌକା) ଓ ଅଧିନାୟିକା ହର୍‌ମନପ୍ରୀତ କୌର (୫୪, ୭୦ ବଲ୍‌, ୨ ‌ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍‌ ହରାଇ ୨୫୧ ରନ୍‌ କରିଥିଲା । ପ୍ରତୀକା ଓ ସ୍ମୃତି ମନ୍ଧାନା (୩୧) ପ୍ରଥମ ୱିକେଟ୍‌ରେ ୭୮ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ । ହେଲେ ଭାରତୀୟ ବ୍ୟାଟର୍‌ ଖରାପ ସଟ୍‌ ଖେଳିବାରୁ ଦଳ ଲଗାତାର ୱିକେଟ୍‌ ହରାଇ ବଡ଼ ସ୍କୋର୍‌ କରିପାରି ନଥିଲା । ହର୍‌ମନପ୍ରୀତଙ୍କ ସହ ଗୌତମ କାସ୍‌ଭି (୨୫) ସପ୍ତମ ୱିକେଟ୍‌ରେ ଉପଯୋଗୀ ୫୫ ରନ୍‌ ଯୋଡ଼ିବାରୁ ଦଳ ଏହି ସମ୍ମାନଜନକ ସ୍କୋର୍‌ କରିପାରିଥିଲା । ରିଚା ଘୋଷ ୧୯ ବଲ୍‌ରୁ ୨୨ ଓ କ୍ରାନ୍ତି ଗୌଡ଼ ୧୫ ବଲ୍‌ରୁ ୧୯ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆସ୍‌ଲେ ଗାର୍ଡନର, ଆନ୍ନାବେଲ ସଦରଲାଣ୍ଡ ଓ ଆଲାନା କିଙ୍ଗ୍‌ ୨‌ ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ଅଷ୍ଟ୍ରେଲିଆ ୨୧ ରନ୍‌ରେ ଅଧିନାୟକ ଆଲିସା ହିଲି (୬)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ଜର୍ଜିଆ ଭୋଲ୍‌ (୧୦୧, ୮୨ ବଲ୍‌, ୧୩ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଶତକ ଏବଂ ଫୋଏବ ଲିଚ୍‌ଫିଲ୍ଡ (୮୦, ୬୨ ବଲ୍‌, ୧୧ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଦଳ ୮୩ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଭୋଲ୍‌ ଓ ଲିଚ୍‌ଫିଲ୍ଡ ଦ୍ବିତୀୟ ୱିକେଟ୍‌ରେ ୧୧୯ ଯୋଡ଼ିଥିଲେ । ଲିଚ୍‌ଫିଲ୍ଡଙ୍କ ଆଉଟ୍‌ ପରେ ବେଥ୍‌ ମୁନି (୩୧)ଙ୍କ ସହ ଭୋଲ୍‌ ୮୨ ରନ୍‌ର ଭାଗୀଦାର ଗଢ଼ି ଦଳର ବିଜୟ ସୁଗମ କରିଥିଲେ । ଶେଷରେ ଆସ୍‌ଲେ ଗାର୍ଡନର ୧୪ ବଲ୍‌ରୁ ୧୯* ରନ୍‌ର ଅପରାଜିତ ପାଳି ଖେଳି ବିଜୟ ମୁଣ୍ଡି ମାରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ଓ କାସ୍‌ଭୀ ଗୌତମ ୨ ଲେଖାଏଁ ୱିକେଟ୍‌ ନେଇଥିଲେ । ଶତକୀୟ ପାଳି ପାଇଁ ଭୋଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । 

ସଂକ୍ଷିପ୍ତ ସ୍କୋର୍‌: ଭାରତ ୫୦ ଓଭରରେ ୨୫୧/୯ (ହର୍‌ମନପ୍ରୀତ କୌର ୫୪, ପ୍ରତୀକା ରାୱଲ ୫୨, ସ୍ମୃତି ମନ୍ଧାନା ୩୧, ଆନ୍ନାବେଲ ସଦରଲାଣ୍ଡ ୨/୩୭, ଆସ୍‌ଲେ ଗାର୍ଡନର ୨/୩୯, ଆଲାନା କିଙ୍ଗ୍‌ ୨/୪୧) । ଅଷ୍ଟ୍ରେଲିଆ ୩୬.୧ ଓଭରରେ ୨୫୨/୫ (ଜର୍ଜିଆ ଭୋଲ୍‌ ୧୦୧, ଫୋଏବ ଲିଚ୍‌ଫିଲ୍ଡ ୮୦, ବେଥ ମୁନି ୩୧, ଦୀପ୍ତି ଶର୍ମା ୨/୩୨, କାସ୍‌ଭୀ ଗୌତମ ୨/୪୭) । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe