କନକ ବ୍ୟୁରୋ :୨୦୨୫ ଏସିଆ କପ୍ ଖେଳିନପାରେ ଭାରତ । କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି । ଚଳିତବର୍ଷର ପୁରୁଷ ବର୍ଗର ଏସିଆ କପ୍ ଭାରତରେ ଆୟୋଜନ ହେବାର ଥିଲା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ , ବିସିସିଆଇ ଏହାର ଆୟୋଜନ କିମ୍ବା ଏଥିରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି । ସେହିପରି ମହିଳା ଏସିଆ କପ୍ ଆସନ୍ତା ମାସ ଶ୍ରୀଲଙ୍କାରେ ହେବାର ଅଛି । ଏଥିରେ ବି ଭାରତ ଭାଗନେଇ ନ ପାରେ ।
ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମହସିନ ନକବି ଏବେ ଏସୀୟ କ୍ରିକେଟ୍ ପରିଷଦର ମୁଖ୍ୟ ଅଛନ୍ତି । ସେପ୍ଟେମ୍ବରରେ ଏସୀୟ କ୍ରିକେଟ ପରିଷଦର ବୈଠକ ବସୁଛି । ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଭାରତ-ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ବିସିସିଆଇ ଏପରି ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/19/inWDAMm75wybQ94O0sNS.jpg)