କନକ ବ୍ୟୁରୋ : ଭାରତୀୟ ବାୟୁ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ସରକାର ୯୭ ଟି ଏଲସିଏ ମାର୍କ ୧(ଏ) ଯୁଦ୍ଧ ବିମାନ କିଣିବା ପାଇଁ ୬୨ ହଜାର କୋଟି ଟଙ୍କାର ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସବୁ ଯୁଦ୍ଧ ବିମାନ ମେକ୍ ଇନ୍ ଇଣ୍ଡିଆ କ୍ରମରେ କିଣାଯିବ ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏସବୁ ଯୁଦ୍ଧ ବିମାନର ନିର୍ମାଣ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) କରିବ । ଏହା ପୂର୍ବରୁ ମଧ୍ୟ ଭାରତ ସରକାର ୪୮ ହଜାର କୋଟି ଟଙ୍କାର ୮୩ ଟି ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛନ୍ତି । ଏହି ନୂଆ ବିମାନ ମିଗ୍-୨୧ର ସ୍ଥାନ ନେବ ।
ସେପଟେ ଭାରତୀୟ ବାୟୁସେନା ତରଫରୁ ଆଗାମୀ କିଛି ସପ୍ତାହ ମଧ୍ୟରେ ମିଗ୍-୨୧ ବିମାନକୁ ରିଜେକ୍ଟ କରିବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/19/capture-2025-08-19-23-25-20.jpg)