କନକ ବ୍ୟୁରୋ: ଦେଶରୁ ମୂଳପୋଛ ହେବ ଆତଙ୍କବାଦ । ଖୁବଶୀଘ୍ର ପ୍ରସ୍ତୁତ ହେବ ଆତଙ୍କବାଦୀ ନିରୋଧୀ ପଲିସି । ଆଣ୍ଟି ଟେରର କନଫରେନ୍ସରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ୨୧ ରାଜ୍ୟର ପୋଲିସ ଡିଜି ଯୋଗଦେଇଥିଲେ । ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିବା କହିଛନ୍ତି ଶାହ । ଏଥିସହ ନକ୍ସଲ ମୁକାବିଲା ପାଇଁ ଉଚ୍ଚତମ ଟେକନୋଲୋଜି ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଦିଆଯିବ ଟ୍ରେନିଂ । ସବୁ ରାଜ୍ୟର ପୋଲିସଙ୍କୁ ଆତଙ୍କବାଦ ବିରୋଧରେ ଲଢିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ବାନ କରିଛନ୍ତି । ଆତଙ୍କକବାଦର ସଠିକ୍ ମୁକାବିଲା ପାଇଁ ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହ ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।