କନକ ବ୍ୟୁରୋ : ଭୁଶୁଡୁଛି ମାଓ ଦୁର୍ଗ, ସଶକ୍ତ ହେଉଛି ମାଓମୁକ୍ତ ଭାରତ ଗଠନ ଲକ୍ଷ୍ୟ । ଦେଶରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ରୁ ୧୧କୁ ହ୍ରାସ ପାଇଥିବା ବେଳେ ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬ରୁ ୩କୁ ଖସିଆସିଛି । ଯାହା କେନ୍ଦ୍ର ସରକାରଙ୍କ ମାଓବିରୋଧୀ ଅଭିଯାନରେ ବଡ଼ ସଫଳତା । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ସୂଚନା ଦିଆଯାଇଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ମାଓମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟମିତ ଭାବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍ କରିବା ସହ ମାଓଗଡକୁ ଧ୍ବଂସସ୍ତୁପରେ ପରିଣତ କରାଯାଉଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ନିହତ ହେଉଥିବା ବେଳେ ନିୟମିତ ବ୍ୟବଧାନରେ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସବୁ ସମୟରେ ମାଓବାଦୀ ମାନଙ୍କୁ ଅପିଲ କରିଆସୁଛନ୍ତି କେନ୍ଦ୍ର ସରକାର । 

Advertisment