ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସବୁଠୁ ବଡ଼ ପଦକ୍ଷେପ ଭାବେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି ଭାରତ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟର ସୁରକ୍ଷା ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତୁ ଜାଣିବା କଣ ଏହି ସିନ୍ଧୁ ନଦୀ ଜଳ ଚୁକ୍ତି ।  ଶୋଷରେ ମରିବ ପାକିସ୍ତାନ

fdfsdfsfs

କନକ ବ୍ୟୁରୋ : ଆତଙ୍କବାଦୀ ଆକ୍ରମଣ ଯବାବ ଦେବା ପାଇଁ ଗତକାଲି  ପ୍ରଧାନମନ୍ତ୍ରୀ ଅଢେଇ ଘଣ୍ଟା ଧରି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଆଜି ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ । ଏଥିରେ ପହଲଗାମରେ  ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ନେଇ ସବୁ ଦଳକୁ ଜଣାଇବେ କେନ୍ଦ୍ର ସରକାର । ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଏବେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି । ଚର୍ଚ୍ଚା ହେଉଛି ସର୍ଜିକାଲ ଷ୍ଟ୍ରାଇକ ଭଳି ଭାରତ ସୀମାପାର ଆତଙ୍କବାଦକୁ ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେଇପାରେ। ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ, ତିନି ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛି । 

ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଲିଙ୍କ୍ । ସୀମା ପାର ହୋଇ ଆତଙ୍କୀ ଭାରତ ଆସିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ସୂଚନା । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ  । ଭିସା ଏବଂ ସ୍ଥଳ ପଥରେ ଯାତାୟତ ବନ୍ଦ ନେଇ ଭାରତ ନିଷ୍ପତ୍ତି । ଆଟ୍ରି-ୱାଘା ଚେକପୋଷ୍ଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ । ଭାରତରେ ଥିବା ପାକିସ୍ତାନୀ ଦୂତାବାସ ଏକାଧିକ ଅଧିକାରୀଙ୍କୁ ବହିସ୍କାର । ଆଗାମୀ ୭ଦିନ ମଧ୍ୟରେ ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଦୂତାବାସର କର୍ମଚାରୀ ୫୫ରୁ ୩୦ କରିବାକୁ ନିର୍ଦ୍ଦେଶ । ସବୁଠୁ ବଡ଼ ପଦକ୍ଷେପ ସ୍ବରୁପ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସବୁଠୁ ବଡ଼ ପଦକ୍ଷେପ ଭାବେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି ଭାରତ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟର ସୁରକ୍ଷା ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତୁ ଜାଣିବା କଣ ଏହି ସିନ୍ଧୁ ନଦୀ ଜଳ ଚୁକ୍ତି । 
ଶୋଷରେ ମରିବ ପାକିସ୍ତାନ

  • ଆତଙ୍କୀ ହମଲାର କଡ଼ା ଜବାବ ଦେବ ଭାରତ
  • ପଡ଼ୋଶୀ ପାକିସ୍ତାନକୁ ଶୋଷରେ ମାରିବାକୁ ରଣନୀତି
  • ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ ଘୋଷଣା କଲା ଭାରତ
  • ୧୯ ସେପ୍ଟେମ୍ବର ୧୯୬୦ରେ ସ୍ବାକ୍ଷରିତ ହୋଇଥିଲା ସିନ୍ଧୁ ଜଳ ଚୁକ୍ତି
  • ସିନ୍ଧୁ ସମେତ ୬ଟି ନଦୀର ଜଳକୁ ବ୍ୟବହାର ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିଲା ଚୁକ୍ତି
  • ଏହି ୬ଟି ନଦୀ ହେଉଛି ବ୍ୟାସ, ରାବି, ସତଲେଜ, ସିନ୍ଧୁ, ଚେନାବ ଓ ଝେଲମ
  • ବିଶ୍ବବ୍ୟାଙ୍କର ଦୀର୍ଘ ଦିନର ମଧ୍ୟସ୍ଥତା ପରେ ଏହି ଚୁକ୍ତି ଅନ୍ତିମ ରୂପ ନେଇଥିଲା
  • ଚୁକ୍ତି ଅନୁଯାୟୀ ସିନ୍ଧୁ, ଚେନାବ ଓ ଝେଲମ ଉପରେ ପାକିସ୍ତାନର ଅଧିକାର
  • ସତଲେଜ, ବ୍ୟାସ ଓ ରାବି ନଦୀ ଉପରେ ଭାରତର ଅଧିକାର
  • ପାକିସ୍ତାନ ସହ ଯୁଦ୍ଧ ସମୟରେ ବି ସିନ୍ଧୁ ଜଳ ରୋକିନଥିଲା ଭାରତ
  • ପାକିସ୍ତାନ ବି କୌଣସି ସମୟରେ ନିଜ ଭାଗର ପାଣିକୁ ଅଟକାଇନାହିଁ
  • ଚୁକ୍ତି ଅନୁଯାୟୀ କୌଣସି ବି ଦେଶ ଏକତରଫା ଭାବେ ସନ୍ଧିକୁ ଉଲଙ୍ଘନ କରିପାରିବେ ନାହିଁ
  • ଦୁଇ ଦେଶ ଚାହିଁଲେ ହିଁ ଏହି ଚୁକ୍ତିରେ ପରିବର୍ତ୍ତନ ହେବାର ନିୟମ ରହିଛି
  • ଲଗାତାର ଆତଙ୍କୀ ହମଲା ପରେ ବି ଚୁକ୍ତିକୁ ବଜାୟ ରଖିଥିଲା ଭାରତ 
  • ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବାକୁ କଲା ଘୋଷଣା
  • ଏହା ପୂର୍ବରୁ ୧ ଅପ୍ରେଲ ୧୯୪୮ରେ ସିନ୍ଧୁ ନଦୀର ପାଣିକୁ ରୋକିଥିଲା ଭାରତ
  • ପାକିସ୍ତାନ ପଂଜାବ ପ୍ରଦେଶର ୧୭ଲକ୍ଷ ଏକର ଚାଷଜମି ହୋଇଥିଲା ପ୍ରଭାବିତ
  • ସିନ୍ଧୁ ଚୁକ୍ତିକୁ ରଦ୍ଦ କରିବା ନେଇ ଭାରତର ଘୋଷଣା ପରେ ପାକିସ୍ତାନ ମନରେ ଛନକା
  • ଭାରତର ଏହି ଘୋଷଣା ବିରୋଧରେ ବିଶ୍ବ ବ୍ୟାଙ୍କର ଦ୍ବାରସ୍ଥ ହୋଇପାରେ ପାକିସ୍ତାନ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe