ଏବେ ପାକିସ୍ତାନ ଉପରେ ଭାରତର 'ୱାଟର ପ୍ରହାର '!  ସଲାଲ ଡ୍ୟାମ ପରେ ଖୋଲିଲା ରାମବନ୍‌ ଡ୍ୟାମ ଗେଟ୍

ଏବେ ପାକିସ୍ତାନ ଉପରେ ଭାରତର 'ୱାଟର ପ୍ରହାର '! ବିଶେଷଜ୍ଞମାନେ କହିଲେ ପାକିସ୍ତାନରେ ଆସିପାରେ ବନ୍ୟା ।

ଭାରତର ୱାଟର ପ୍ରହାର

ଭାରତର ୱାଟର ପ୍ରହାର Photograph: (kanaknews)

କନକ ବ୍ୟୁରୋ : ପହଲଗାମ୍‌ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇସାରିଛି ଅପରେସନ୍‌ ସିନ୍ଦୂର । ଏବେ ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ  ମଧ୍ୟରେ  ଚାଲିଛି ଘମାଘଟ୍‌ ଲଢେଇ । ସୀମାରେ ପ୍ରବଳ ଉତ୍ତେଜନା । ପାକ୍‌ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା । ପାକ୍‌ ପକ୍ଷରୁ ହେଉଥିବା ଆକ୍ରମଣକୁ  ଉଚିତ୍‌ ଜବାବ ଦେଉଛି ଇଣ୍ଡିଆନ୍‌ ଆର୍ମୀ । ଭାରତର ଡ୍ରୋନ୍‌ ମାଡ, ମିସାଇଲ୍‌ ମାଡ଼ରେ ଥରହର ହେଲାଣି ପାକିସ୍ତାନ । ପାକ୍‌ ର ଅଧା ସହର ଉପରେ ଆକ୍ରମଣ କରିସାରିଛି ଭାରତ । ଭାରତ ଆକ୍ରମଣରେ ଘାଇଲା ହେଲାଣି ପାକିସ୍ତାନ । ଖାଲି ମିସାଇଲ୍‌ ମାଡ଼ କି ଡ୍ରୋନ ମାଡ଼ ନୁହେଁ ଏବେ ପାକିସ୍ତାନ ଉପରେ ଭାରତର ୱାଟର ପ୍ରହାର । ଜମ୍ମୁ କଶ୍ମୀର ଚେନାବ ନଦୀର ସଲାଲ ଡ୍ୟାମ୍‌ର ଗେଟ୍‌ ଖୋଲିଦିଆଯାଇଛି ।   ଯାହାଦ୍ବାରା  ପାକିସ୍ତାନରେ ଜଳମଗ୍ନ ହେବ । ଜମ୍ମୁ  କାଶ୍ମୀରରେ ପ୍ରବଳ ବର୍ଷା  ଯୋଗୁଁ  ସଲାଲ୍‌ ଡ୍ୟାକ ଖୋଲଲିଦିଆ ଯାଇଛି ।  ଏଥିସହିତ ବଗଲିଆର ଡ୍ୟାମ୍‌ର କିଛି ଗେଟ୍‌ ମଧ୍ୟ ଖୋଲିଦିଆଯାଇଛି ।  ଯାହାଦ୍ବାରା ପାକିସ୍ତାନ ପଟୁ ଯାଉଥିବା ପାଣିର ପ୍ରବାହ ବଢି ଯାଇଛି ।    

ରିପୋର୍ଟ ଅନୁସାରେ  କିଛି ଦିନ ପୂର୍ବରୁ ଭାରତ ତରଫରୁ ପାକିସ୍ତାନ ଆଡକୁ ବହୁଥିବା  ପାଣି ରୋକିବା ପାଇଁ  ସଲାଲ ଏବଂ ବଗଲିହାର  ଡ୍ୟାମ୍‌ର ଗେଟ୍‌ ବନ୍ଦ କରିଦିଆଯାଇଥିଲା । ଏହି କାରଣରୁ ପାକିସ୍ତାନରେ ଚେନାବ ନଦୀର ଜଳସ୍ତର ବହୁତ ହ୍ରାସ ପାଇଥିଲା । ପୂର୍ବରୁ ଜଳସ୍ତର 25 ରୁ 30 ଫୁଟ ଥିଲା, ଏବେ ଏହା ମାତ୍ର 2 ରୁ 3 ଫୁଟlରେ ପହଞ୍ଚିଥିଲା । କିନ୍ତ ବର୍ତ୍ତମାନ ଗେଟ୍‌ ଖୋଲି ଦିଆଯିବାର ପାକିସ୍ତାନରେ ଜଳ ପ୍ରବାହ ଜାରି ରହିଛି । ଭାରତର ଏହି ପଦକ୍ଷେପ ଦ୍ବାରା ପାକିସ୍ତାନର ପୂର୍ବରୁ ଦୁର୍ବଳ ଅର୍ଥନୀତି ଏବଂ କୃଷି ବ୍ୟବସ୍ଥା ଉପରେ ଆହୁରି ଚାପ ବଢିଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ପହଲଗାମରେ ଆତଙ୍କବାଦୀ ନିରୀହ ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବରେ ଗୁଳି କରି ହତ୍ୟା କରିଥିଲେ ତାହାର ପ୍ରତିଶୋଧ ନେଉଛି ଭାରତ ।  ଆତଙ୍କୀଙ୍କୁ ନିପାତ ଏବଂ ଆତଙ୍କୀ ପାଳୁଥିବାର ଦେଶର ସର୍ବନାଶ କରିବାର ପ୍ରତିଜ୍ଞା ନେଇଛି ଭାରତ । ଭାରତ ଏହି ପଦକ୍ଷେପରେ ବିଶ୍ବର ଅନେକ ଶକ୍ତିଶଳୀ  ଦେଶ୍ ନିଜ ନିଜର ସହମତି ପ୍ରକାଶ କରିଛନ୍ତି ।      

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe