କନକ ବ୍ୟୁରୋ:   ଆଜି ଭାରତ--ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ କୋହଲି ଓ ରୋହିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

Advertisment

ଅଧିକ ପଢନ୍ତୁ : ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ: ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଟିମ ଇଣ୍ଡିଆର ଲକ୍ଷ୍ୟ

କୋହଲି ଶତକ ମାରିଥିବା ବେଳେ ରୋହିତ ଅର୍ଦ୍ଧଶତକ ମାରିଥିଲେ । ଭାରତ ୩୪୯ ରନ କରିଥିଲେ ମଧ୍ୟ ମାତ୍ର ୧୭ ରନରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆ । ଆଜି ଦୁଇ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ତେବେ କୋହଲି, ରୋହିତ ଭଲ ଫର୍ମରେ ଥିବାରୁ ଭାରତର ପଲ୍ଲା ଭାରୀ ରହିଛି । କିନ୍ତୁ ଦକ୍ଷିଣ ଆଫ୍ରିକା ଟିମକୁ ଫେରିଛନ୍ତି ଟିମ ବାବୁମା ଓ କେଶବ ମହାରାଜ। ତେଣୁ ପୂର୍ବ ଅପେକ୍ଷା ଭ୍ରମଣକାରୀ ଦଳ ଭଲ ପଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ସମୀକ୍ଷକ ।