କନକ ବ୍ୟୁରୋ: ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ଲାଗୁ । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ନେଇ ଘୋଷଣା ହୋଇଛ ।  ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷ ସୂଚନା । ସୀମାରେ ଆଉ ଫୁଟିବନି ଗୁଳି, ଶୁଭିବନି ଯୁଦ୍ଧ ବିମାନର ଗର୍ଜନ । କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଏନେଇ ଭାରତର ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଚଳିତମାସ ୧୨ ତାରିଖରେ ଉଭୟ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ବାକି ଆଲୋଚନା ହେବ ଯୁଦ୍ଧ ବିରାମ ପାଇଁ ପ୍ରଥମେ ଦିନ ୩ଟା ୩୦ ମିନିଟରେ ପାକିସ୍ତାନ ଡିଜିଏମଓ ଅସ୍ତ୍ରବିରତି ପାଇଁ ଭାରତକୁ ଫୋନ କରିଥିଲେ ।

Advertisment

ଏହି କ୍ରମରେ ଆଜି ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଓ ଆକାଶ ସବୁପଟୁ ଗୁଳିଗୋଳା କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ । ତେବେ ଅସ୍ତ୍ରବିରତି କଣ  ? ପ୍ରକୃତରେ  ଏହା ଏକ  ଏପରି ଶଦ୍ଦ ଯେଉଁଥିରେ ଶାନ୍ତି ନିହିତ  ଥାଏ ।  ଏହାର ଅର୍ଥ ଯୁଦ୍ଧ ବା ସଙ୍ଘର୍ଷର ସମାପ୍ତ ଘଟିବାକୁ ଅସ୍ତ୍ରବିରତି କୁହାଯାଇଥାଏ । ଯାହା ଏକ ପ୍ରକାରର ପରସ୍ପର ମଧ୍ୟରେ ବୁଝାମଣା । ଅସ୍ତ୍ରବିରତି ଏକ ଚୁକ୍ତିନାମା ଯାହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସମସ୍ତ ସାମରିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ  କରିବା ବା ସମାପ୍ତ କରିବା । ଏହା ଏକପାଖିଆ ଭାବରେ ଘୋଷଣା କରାଯାଇପାରେ କିମ୍ବା ଯୁଦ୍ଧରେ ସାମିଲ ଥିବା ଉଭୟ ପକ୍ଷମାନଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଘୋଷଣା କରାଯାଇପାରେ । କେବେ କେବେ ଏହି ଅସ୍ତ୍ରବିରତି କମ୍‌ ସମୟ ପାଇଁ ଘୋଷଣା କରାଯାଇଥାଏ ତ  ଆଉ କେବେ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି  ରହିଲେ ଉଭୟ ଦେଶରେ ଶାନ୍ତି ରହିଥାଏ ।