କନକ ବ୍ୟୁରୋ: ଭାରତ-ପାକିସ୍ତାନରୁ ଆଇସିସି ପ୍ରାୟ ୨୫ କୋଟି ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨୦୦ କୋଟିରୁ ଅଧିକ ଟଙ୍କା ରାଜସ୍ବ ପାଇବା ଆକଳନ କରିଥିଲା । ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଏହି ବ୍ଲକ୍ବଷ୍ଟର ମ୍ୟାଚ୍ ଖେଳାଯିବନି ତେବେ ଏହା ସମସ୍ତ ଅଂଶୀଦାରଙ୍କ ଉପରେ ବ୍ୟାପକ କ୍ଷତି ପହଞ୍ଚାଇବ । ଏହି ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ପଡ଼ୋଶୀ ଦେଶ ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଖେଳୁଥିଲା ବେଳେ ଦ୍ବିପାକ୍ଷିକ ଶୃଙ୍ଖଳାଠୁ ଦୂରେଇ ରହିଛନ୍ତି । ଏମାନଙ୍କ ମ୍ୟାଚ୍ ବାଣିଜ୍ୟିକ ଭାବେ ଏତେ ଶକ୍ତିଶାଳୀ ଯେ ଆଇସିିସି ଲାଭବାନ ହେବା ଆଶାର ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଉଭୟ ଦଳକୁ ଗୋଟିଏ ଗ୍ରୁପ୍ରେ ରଖୁଛି ।
ଫେବ୍ରୁଆରି ୧୫ରେ କଲମ୍ବୋରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍କୁ ରବିବାର ପାକିସ୍ତାନ ସରକାର ବର୍ଜନ କରିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଛି । ଯଦି ଏହି ନିଷ୍ପତ୍ତିରେ ପାକିସ୍ତାନ ଅଟଳ ରହେ, ତେବେ ବଡ଼ ଧରଣର କ୍ଷତି ହେବ । ବିଶେଷ କରି ଆଇସିସି ଓ ଭାରତର ପ୍ରସାରଣ ଅଧିକାରୀ ଜିଓଷ୍ଟାର୍ ବେଶୀ କ୍ଷତି ସହିବେ । ଆଇସିସି ସହ ଜିଓଷ୍ଟାର୍ ୩୦୦ କୋଟି ଟଙ୍କାର ଚୁକ୍ତି କରିଛି । ଏହାକୁ ନେଇ ମୂଲଚାଲ ହେବାର ସମ୍ଭାବନା ଦେଖାଯାଇଛି । ପ୍ରସାରଣକାରୀ ବିଜ୍ଞାପନରୁ ପ୍ରାୟ ୨୦୦ରୁ ୨୫୦ କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ଦେଖାଯାଉଛି । ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ମ୍ୟାଚ୍ର ପ୍ରତି ୧୦ ସେକେଣ୍ଡ୍ ବାଣିଜ୍ୟିକ ସ୍ଲଟ୍ ୪୦ ଲକ୍ଷ ରହିଥାଏ । ଯଦି ପାକିସ୍ତାନ ଓହରିଯାଏ ତେବେ ଭାରତକୁ ୱାକ୍ଓଭର୍ ପାଇବା ସହ ପୂରା ପଏଣ୍ଟ ନିଶ୍ଚିତ କରିବ । ଅନ୍ୟପକ୍ଷରେ ପିସିିବି ଉପରେ ଆଇସିସି ମଧ୍ୟ ବଡ଼ ଆର୍ଥିକ ଜରିମନା ଲଗାଇବ ।
ଏହା ବି ପଢ଼ନ୍ତୁ: ଚହଲଙ୍କ ‘ନୋ ମନି, ନୋ ହନି’
Follow Us