କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ । ବେଙ୍ଗାଲୁରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ସରିଜର ପ୍ରଥମ ମ୍ୟାଚ । ବାଂଲାଦେଶ ବିପକ୍ଷ ଟେଷ୍ଟ ସରିଜରେ ଭାରତର ଦମଦାର ବିଜୟ ପରେ ଏବେ ମିଶନ ବ୍ଲାକକ୍ୟାପ୍ସ ରହିବ । ବିଶେଷକରି ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପଙ୍କ ଉପରେ ନଜର ରହିବ କାରଣ ବାଂଲାଦେଶ ବିପକ୍ଷରେ ସୁଇଂ ସହ ୱିକେଟ ନେବାର ଦକ୍ଷତାର ପ୍ରମାଣ ଦେଇଥିଲେ ଆକାଶ ।
ସେପଟେ କିଙ୍ଗ୍ କୋହଲିଙ୍କ ବ୍ୟାଟରୁ ୫୩ରନ ଆସିଲେ ଟେଷ୍ଟରେ ୯ହଜାର ରନ ପୂରଣ ହେବ । କୋଚ ଗମ୍ଭୀର କହିଛନ୍ତି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସରିଜରେ କୋହଲି ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବେ କାରଣ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କୋହଲିଙ୍କ ଟ୍ରାକ ରେକର୍ଡ ଭଲ ରହିଛି । ବିଶ୍ୱଟେଷ୍ଟ ଚାମ୍ପିୟନସିପର ତାଲିକାରେ ଭାରତ ବର୍ତମାନ ୯୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି ଏବଂ ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବା ପାଇଁ ପ୍ରମୁଖ ଦାବିଦାର ରହିଛି ।