କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ସେମିରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ  । କ୍ରମାଗତ ତୃତୀୟ ଥର ପାଇଁ ଏହି ଦୁଇ ଦଳ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପରସ୍ପରକୁ ଭେଟିବାକୁ ଥିବାରୁ ଏହି ମୁକାବିଲାର ରୋମାଞ୍ଚ ଆହୁରି ବଢ଼ିଯାଇଛି । କିନ୍ତୁ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ଉପରେ ଏବେ ବର୍ଷା ଆଶଙ୍କା କରାଯାଉଛି ।  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏହି ସେମିଫା ଇନାଲ ପାଇଁ ମାର୍ଚ୍ଚ ୬ ତାରିଖକୁ 'ରିଜର୍ଭ ଡେ' ଭାବେ ରଖିଛି । ତେବେ ଏହି ମ୍ୟାଚ୍‌ର ସମୟ ବଦଳି ଯାଇପାରେ । ଯଦି ମାର୍ଚ୍ଚ ୫ରେ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ହୋଇପାରେ ନାହିଁ କିମ୍ବା ଅଧାରୁ ରହିଯାଏ, ତେବେ ଖେଳ ପରଦିନ ଅନୁଷ୍ଠିତ ହେବ । କିନ୍ତୁ ଅସଲ ପ୍ରଶ୍ନ ହେଉଛି, ଯଦି ମାର୍ଚ୍ଚ ୫ ସହିତ ମାର୍ଚ୍ଚ ୬ରେ ମଧ୍ୟ କ୍ରମାଗତ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ୍ ହୁଏ, ତେବେ ଫାଇନାଲରେ କିଏ ପ୍ରବେଶ କରିବ ? 

Advertisment

ଏହା ବି ପଢ଼ନ୍ତୁ: ଭାରତରେ ମିଳିବନି ପେଟ୍ରୋଲ୍‌ ! ଯୁଦ୍ଧ ଯୋଗୁଁ ବିଶ୍ୱ ତୈଳ ବଜାର ଥରହର

ତେବେ ଭାରତ-ଇଂଲଣ୍ଡ ମଧ୍ୟରେ ୫ ତାରିଖରେ ମ୍ୟାଚ୍‌ ଖେଳାଗଲେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ । ତେବେ ଯଦି ମାର୍ଚ୍ଚ ୬ ତାରିଖରେ ମ୍ୟାଚ୍ ହୁଏ, ତେବେ ଅପରାହ୍ନ ୩ଟା ବେଳେ ଖେଲାଯିବ । ନକ୍‌ଆଉଟ୍ ପର୍ଯ୍ୟାୟରେ ଦକ୍ଷିଣଆଫ୍ରିକା ନ୍ୟୁଜିଲାଣ୍ଡ ଏବଂ ଭାରତ- ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଯେଉଁ ଦଳ ହାରିବ ସିଧା ଘରକୁ ଫେରିବ । ମ୍ୟାଚ୍‌ ଅଧା ଖେଳାଯାଇଥିଲେ ରିଜର୍ଭ ଡେ ରେ ଅଧାରୁ ପୁଣି ମ୍ୟାଚ୍ ଆରମ୍ଭ ହେବ । ସେମିଫାଇନାଲ ଦିନ ବର୍ଷା ହେଲେ ୯୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ରିଜର୍ଭ ଡେରେ  ମଧ୍ୟ ବର୍ଷା ହେଲେ ୧୨୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ତେବେ ଦୁଇଟି ସେମିଫାଇନାଲ୍‌ ମ୍ୟାଚ୍‌ ବର୍ଷା ହେବାର ସମ୍ଭାବନା କମ ରହିଛି । 

ନିୟମ ଅନୁଯାୟୀ, ବର୍ଷାରେ ଦୁଇଟି ସେମିଫାଇନାଲ ଧୋଇ ହୋଇଗଲେ  ସୁପର-୮ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ଦଳକୁ ଫାଇନାଲ୍ ଟିକେଟ୍ ମିଳିବ । ଏଠାରେ ପଲା ଇଂଲଣ୍ଡ ସପକ୍ଷରେ ଭାରି ରହିଛି । ଇଂଲଣ୍ଡ ସୁପର-୮ ପର୍ଯ୍ୟାୟରେ ଖେଳିଥିବା ନିଜର ତିନୋଟି ଯାକ ମୁକାବିଲାରେ ବିଜୟୀ ହୋଇଥିଲା । ଅନ୍ୟପଟେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା । ଏହାର ସିଧାସଳଖ ଅର୍ଥ ହେଉଛି କି, ଯଦି ସେମିଫାଇନାଲ ଏବଂ ରିଜର୍ଭ ଡେ' ଉଭୟ ଦିନ ବର୍ଷା ଯୋଗୁଁ ଖେଳ ସମ୍ଭବ ନହୁଏ, ତେବେ ଇଂଲଣ୍ଡ ସିଧାସଳଖ ଫାଇନାଲରେ ପହଞ୍ଚିବ ଏବଂ ଭାରତର ଅଭିଯାନ ଏହିଠାରେ ଶେଷ ହୋଇଯିବ । 

ତଥାପି ପରିସଂଖ୍ୟାନକୁ ଦେଖିଲେ ଟି-୨୦ ଫର୍ମାଟରେ ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ବେଶ୍ ମଜଭୁତ ରହିଛି । ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୨୯ଟି ମୁକାବିଲା ଖେଳାଯାଇଥିବା ବେଳେ ସେଥିମଧ୍ୟରୁ ଭାରତ ୧୭ଟି ଏବଂ ଇଂଲଣ୍ଡ ୧୨ଟି ମ୍ୟାଚ୍ ଜିତିଛି । ଗତ ୨୦୨୪ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଥିବା ବେଳେ ୨୦୨୨ ସେମିଫାଇନାଲରେ ଇଂଲଣ୍ଡ ଭାରତକୁ ୧୦ ୱିକେଟରେ ମାତ୍ ଦେଇଥିଲା । 

ଏଜଦୀ