ଭାରତ ସାମ୍ନାରେ ବଟଲରଙ୍କ ବ୍ୟାଟିଂ ଫିକା । ଇଡେନରେ ଅଭିଷେକଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଜିତିଲା ଭାରତ ।

Advertisment
Updated On
ଅଦ୍ୟତନ ହୋଇଛି
8888856

କନକ ବ୍ୟୁରୋ: ଇଡେନ୍ ଗାର୍ଡେନ୍ସ ମାଟିରେ ଇଂଲଣ୍ଡକୁ ମାଟି କାମୁଡ଼ାଇଲା ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ଅଭିଷେକ ଶର୍ମାଙ୍କ ୨୧ ବଲରେ ଧୂଆଁଧାର ଅର୍ଦ୍ଧଶତୀୟ ଇନିଂସ୍ ଏହି ପ୍ରଥମ ଟି-୨୦ରେ ଭାରତକୁ ବିଜୟ ଦେଇଛି ।

ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଖେଳି ଭାରତକୁ ୧୩୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା । କାରଣ ବଟଲରଙ୍କ ସାଥିରେ କେହି ବି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ପାର୍ଟନରସିପ୍ ଦେବାରେ ଫେଲ୍ ମାରିଥିଲେ । ଆଉ ୧୩୩ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୨.୫ ଓଭରରେ ବିଜୟ ହାସଲ କରିଛି । ଏହି ମ୍ୟାଚର ହିରୋ ବନିଛନ୍ତି ଅଭିଷେକ ଶର୍ମା, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ  ।

କୋଲକାତାର ଇଡେନ୍ ଗାର୍ଡେନ୍ସ ମୈଦାନରେ ଏକ ଛୋଟ ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଟିମର ଓପନିଂ ଯୋଡ଼ି ବିସ୍ଫୋରକ ଷ୍ଟାର୍ଟ ଦେଇଥିଲେ । ମାତ୍ର ସଞ୍ଜୁ ସାମସନ ୨୦ ବଲରେ ୨୬ ରନ୍ ଏବଂ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିନପାରିଥିଲେ ବି ଦଳକୁ କିଛି ପ୍ରଭାବ ପକାଇପାରିଲାନି । ଯାହାଫଳରେ ଭାରତୀୟ ଟିମ୍ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗୁଆ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe