କନକ ବ୍ୟୁରୋ : ଏବେ ଏବେ ଆମେରିକା ସହ ଭାରତ କରିଥିବା ବାଣିଜ୍ୟ ଚୁକ୍ତିକୁ ନେଇ ଲୋକସଭାରେ ରାହୁଲ ଗାନ୍ଧୀ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ସେ ଲଗାତର ଭାବେ ଅଭିଯୋଗ କରୁଛନ୍ତି କି, ଏହି ବାଣିଜ୍ୟ ଚୁକ୍ତି ଭାରତର ଚାଷୀଙ୍କୁ ବରବାଦ କରିଦେବ । ଏହାସହ ଖାଦ୍ୟ ସୁରକ୍ଷା ଆଇନକୁ ଦୁର୍ବଳ କରିଦେବ । ଲୋକସଭାରେ ରାହୁଲ ଗାନ୍ଧୀ ଏହି ଚୁକ୍ତିକୁ ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଚନ୍ତି । ଏହି କ୍ରମରେ ସେ ଆଜି କିଷାନ ସଂଘର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ଲୋକସଭାର ସଂସଦ ଭବନ ପରିସରରେ ସାରା ଦେଶର କିଷାନ ସଂଘ ନେତାଙ୍କୁ ଭେଟିଛନ୍ତି । ଯେଉଁଥିରେ ଭାରତ-ଆମେରିକା ଅନ୍ତରୀଣ ବ୍ୟବସାୟ ଚୁକ୍ତିକୁ ବିରୋଧ କରିବାକୁ ସାରା ଦେଶରେ ଆନ୍ଦୋଳନର ଆବଶ୍ୟକତା ସହ କୃଷକ ଓ ଶ୍ରମିକଙ୍କ ଜୀବନଜୀବିକା ରକ୍ଷା କରିବା ଉପରେ ଚର୍ଚ୍ଚା ହୋଇଛି । ଏହି ବୈଠକକୁ ନେଇ କଂଗ୍ରେସ କହିଛି କି, ଏହି ଚୁକ୍ତିକୁ କୃଷକ ସଂଘର ନେତାମାନେ ବିରୋଧ କରିବା ସହ ମକା, ସୋୟାବିନ, କପା, ଫଳ ଚାଷ କରୁଥିବା ଚାଷୀମାନଙ୍କ ଭବିଷ୍ୟତ ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି ।
ଅଧିକ ପଢ଼ନ୍ତୁ :ସରକାରଙ୍କୁ ରାହୁଲ ଗାନ୍ଧୀ ଘେରିବା ପରେ ବିଜେପିର ପ୍ରତିକ୍ରିୟା, "ରାହୁଲ ଗାନ୍ଧୀ ଜଣେ ବୁଦ୍ଧିମାନ ମୁର୍ଖ'
ପାର୍ଟି କହିଛି କି, ରାହୁଲ ଗାନ୍ଧୀ ଆଗାମୀ ଦିନରେ ଏହି କୃଷକ ବିରୋଧୀ ଚୁକ୍ତି ବିରୋଧରେ ସାରା ଦେଶରେ ଏକ ବଡ଼ ଆନ୍ଦୋଳନ ଆରମ୍ଭ କରିବା ନେଇ ଚାଷୀନେତାଙ୍କ ସହ କଥା ହୋଇଛନ୍ତି । ଏହି ବୈଠକରେ ଅଖିଳ ଭାରତୀୟ କିଷାନ କଂଗ୍ରେସର ପ୍ରମୁଖ ସୁଖପାଲ ଏସ୍ ଖେରା, ଭାରତୀୟ କିଷାନ ମଜଦୁର ୟୁନିୟନ (ହରିୟାଣା)ର ଅଶୋକ ବଲହାରା, ଭାରତୀୟ କିଷାନ ୟୁନିୟନ (କ୍ରାନ୍ତିକାରୀ) ର ବଲଦେଦବ ଏସ୍ ଜୀରା, ପ୍ରଗତିଶୀଳ କିଷାନ ମୋର୍ଚ୍ଚାର ଆର୍ ନନ୍ଦକୁମାର, ଅମରଜିତ୍ ଏସ୍ ମୋହରୀ, ଗୁରମିତ୍ ଏସ୍ ମଙ୍ଗତ ଓ ହମିଦ୍ ମଲିକ ସାମିଲ ଥିଲେ ।
ଗୋଟିଏ ଦିନ ପୂର୍ବରୁ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଭାରତ-ଆମେରିକା ଅନ୍ତରୀଣ ବାଣିଜ୍ୟ ଚୁକ୍ତି ନେଇ ସରକାରଙ୍କ କଡ଼ା ସମାଲୋଚନା କରିଥିଲେ । ଏଥିରେ ରାହୁଲ ଗାନ୍ଧୀ ଲେଖିଥିଲେ କି, ମାମଲା ରୁଜୁ ହେଉ. ଅଭିଯୋଗ ହେଉ କି ବିଶେଷାଧିକାର ପ୍ରସ୍ତାବ ଆସୁ ମୁଁ କୃଷକଙ୍କ ପାଇଁ ମୋର ଲଢ଼େଇ ଜାରି ରଖିବି । କୃଷକମାନଙ୍କ ସ୍ୱାର୍ଥରେ କୃଷକ ବିରୋଧୀ ମୋଦୀ ସରକାରଙ୍କ ଚୁକ୍ତିକୁ କେବେ ବ ସଫଳ ହେବାକୁ ଦେବିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/13a-2026-02-13-17-32-06.jpg)