କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତ ପାଇଁ ଅଣ୍ଡର ୧୯ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ଗସ୍ତରେ ଭାରତୀୟ ଟିମ୍ ୨୪ ଜୁନରୁ ୨୩ ଜୁଲାଇ ଯାଏ ଗୋଟିଏ ୱାର୍ମ ଅପ୍, ୫ ଦିନିକିଆ ଓ ୨ ମଲ୍ଟି ଡେ’ ମ୍ୟାଚ ଖେଳିବ । ଏହି ଗସ୍ତ ପାଇଁ ୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କୁ ଭାରତୀୟ ଟିମର ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ବି ଟିମ୍ରେ ସ୍ଥାନ ମିଳିଛି । ଆଇପିଏଲରେ ଏହି ଦୁଇ ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି କି ଏହି ଦଳରେ ଉପ ଅଧିନାୟକ ଦାୟିତ୍ୱ ଅଭିଜ୍ଞାନ କୁଣ୍ଡୁଙ୍କୁ ଦିଆଯାଇଛି । ସେ ୱିକେଟ୍ କିପର ବି ରହିବେ । ସେହିପରି ଦ୍ବିତୀୟ ୱିକେଟ୍ କିପରି ଭାବେ ହରବଂଶ ସିଂଙ୍କୁ ଦଳରେ ସାମିଲ କରାଯାଇଛି । ଏହା ବ୍ୟତୀତ ଷ୍ଟାଣ୍ଡବାଏ ଖେଳାଳି ଲିଷ୍ଟ୍ ବି ବିସିସିଆଇ ଜାରି କରିଛି । ଯେଉଁଠି ଅଳଙ୍କ୍ରିତ ରାପୋଲ ଆଉ ଜଣେ ୱିକେଟ୍ କିପର ଭାବେ ଦଳରେ ରହିଛନ୍ତି ।
ଆଇପିଏଲରେ ଆୟୁଷ ମହାତ୍ରେ ଓ ବୈଭବ ସୂର୍ଯ୍ୟବଂଶୀ ଦୁଇ ଖେଳାଳିଙ୍କ ବ୍ୟାଟ୍ ପ୍ରବଳ ଗର୍ଜିଥିଲା । ଆୟୁଷ ୬ ମ୍ୟାଚ୍ରୁ ୨୦୬ ରନ୍ କରିଥିଲେ । ସେହିପରି ବୈଭବ ୭ ମ୍ୟାଚ୍ରୁ ୨୫୨ ରନ୍ କରିଛନ୍ତି । ଯେଉଁଥିରେ ସେ ଶତକ ବି ହାସଲ କରିଛନ୍ତି ।