ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ୍‌ । ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

ଆଜି ପୁନେରେ ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ । ବିଜୟ ସହ ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି ଅର୍ଶଦୀପ ସିଂ ଓ ଶିବମ୍ ଦୁବେ ।

ଅଦ୍ୟତନ ହୋଇଛି
match--

କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ପୁନେରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ । ୫ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ଅଛି । ତେଣୁ ଆଜିର ମ୍ୟାଚ ଜିତି ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ତେବେ ଚତୁର୍ଥ ଟି-ଟ୍ବେଣ୍ଟି ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିଛି । ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ । ଦ୍ରୁତ ବୋଲର ଅର୍ଶଦୀପ ସିଂ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ରାଜକୋଟରେ ଖେଳାଯାଇଥିବା ଗତ ମ୍ୟାଚ ପାଇଁ ଅର୍ଶଦୀପଙ୍କୁ ବିଶ୍ରାମ ଦିଆଯାଇଥିଲା । ସେହିପରି ଅଲରାଉଣ୍ଡର ଶିବମ୍ ଦୁବେଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଏହି ସିରିଜରେ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ସ୍ପିନର ରବି ବିଷ୍ଣୋଇ ଏବଂ ଧ୍ରୁବ ଜୁରେଲଙ୍କୁ ଆଜିର ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯିବା ସମ୍ଭାବନା ରହିଛି । କୋଲକତା ଓ ଚେନ୍ନାଇ ଟି-୨୦ ମ୍ୟାଚକୁ ଭାରତ ଜିତିଥିବା ବେଳେ ରାଜକୋଟ ମ୍ୟାଚରେ ଇଂଲଣ୍ଡଠାରୁ ହାରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe