ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାରିକ୍‌ ରହମାନଙ୍କୁ ଭାରତକୁ ନିମନ୍ତ୍ରଣ କରାଯିବ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ବାଂଲାଦେଶ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ତାରିକ ରହମାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ବାଂଲାଦେଶ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ତାରିକ ରହମାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବାର ସମ୍ଭାବନା ରହିଛି ।

Tarique Rahman

Tarique Rahman Photograph: (kanak news)

କନକ ବ୍ୟୁରୋ : ବିଏନ୍‌ପି ଅଧ୍ୟକ୍ଷ ତାରିକ ରହମାନ ମଙ୍ଗଳବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଏନ୍‌ପି ବାଂଲାଦେଶ ସଂସଦୀୟ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ଭାରତ ଢାକା ସହିତ ଏହାର ସମ୍ପର୍କ ପୁଣି ଥରେ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି। ଶେଖ୍‌ ହସିନା ଗାଦିଚ୍ୟୁତ ହେବା ପରେ ଗତ ୧୮ ମାସ ହେଲା ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ଭାରତ ସମାଲୋଚନା କରିଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ବାଂଲାଦେଶ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ତାରିକ ରହମାନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବାର ସମ୍ଭାବନା ରହିଛି ।

ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଯୋଗଦେବେ। ତାଙ୍କ ସହିତ ବିଦେଶ ସଚିବ ବିକ୍ରମ ମିଶ୍ରି ରହିବେ। ସମାରୋହ ପରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଢାକାରେ ତାଙ୍କ ନୂତନ ପ୍ରତିପକ୍ଷଙ୍କୁ ନୂଆଦିଲ୍ଲୀ ଗସ୍ତ ପାଇଁ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି। ରହମାନଙ୍କ ମା’ ଖାଲିଦା ଜିଆ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଢାକା-ନୂଆଦିଲ୍ଲୀ ସମ୍ପର୍କ ଖରାପ ହୋଇଥିଲା। ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନକୁ ବାଂଲାଦେଶ ନିଜ ଦେଶରେ ଶିବିର ପ୍ରତିଷ୍ଠା କରିବାକୁ ଅନୁମତି ଦେଇଥିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଉତ୍ତର-ପୂର୍ବ ରାଜ୍ୟକୁ ବାଂଲାଦେଶ ଦେଇ ସଂଯୋଗ ସ୍ଥାପନ ପାଇଁ ବାଂଲାଦେଶକୁ ନୂଆଦିଲ୍ଲୀ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଖାଲିଦା ଜିଆ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । 

ଅଧିକ ପଢ଼ନ୍ତୁ---ଇରାନର ପରମାଣୁ କାର୍ଯ୍ୟକ୍ରମରେ ଲଗାମ ଲଗାଇବା ପାଇଁ ନେତାନ୍ୟାହୁ କଠୋର ; ରଖିଲେ ବଡ଼ ସର୍ତ୍ତ

ଦୁଇ ଦେଶର ସୀମା ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ପ୍ରାୟତଃ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରୁଥିଲା। ତେବେ ୨୦୦୯ରେ ହସିନାଙ୍କ ଆୱାମୀ ଲିଗ୍‌ କ୍ଷମତାକୁ ‌ଫେରିବା ପରେ ଭାରତ-ବାଂଲାଦେଶ ସମ୍ପର୍କରେ ସୁଧାର ଆସିଥିଲା। ହସିନା ଓ ଆୱାମୀ ଲିଗ୍‌ର ଅନ୍ୟ କେତେକ ନେତାଙ୍କୁ ଭାରତରେ ରହିବାକୁ ଅନୁମତି ଦେବା ନେଇ ଗତ କିଛି ମାସ ତଳେ ବିଏନ୍‌ପି ଭାରତକୁ ସମାଲୋଚନା କରୁଥିଲା। ତେବେ ନଭେମ୍ବର ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟ ଖରାପ ହେବା ଓ ତାଙ୍କୁ ଭେଣ୍ଟିଲେଟରରେ ରଖାଯିବା ପରେ ଭାରତ ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଖାଲିଦାଙ୍କ ପରଲୋକ ପରେ ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋଦୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଢାକା ପଠାଇଥିଲେ। ଜୟଶଙ୍କର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାସହିତ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକବାର୍ତ୍ତା ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe