କନକ ବ୍ୟୁରୋ :  ଆଜି ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଦିନିକିଆ ମହିଳା ବିଶ୍ବକପର ଗ୍ରୁପ୍-ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଖେଳାଯିବ ମ୍ୟାଚ୍ । ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଏବେବି ଥମିନଥିବା ବେଳେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀଙ୍କ ମଧ୍ୟରେ ପୁଣି ମ୍ୟାଚ୍ ହେବ । ଏସିଆ କପରେ ଭାରତ ପାକିସ୍ତାନକୁ ୩ ଥର ହରାଇ ଚାମ୍ପିଅନ ହୋଇଥିବା ବେଳେ ଆଜି ପାକିସ୍ତାନ ମହିଳା ଟିମକୁ ପୁଣି ଧୂଳି ଚଟାଇବା ଲକ୍ଷ୍ୟରେ ଅଛି ଭାରତ ।  

Advertisment

ପୂର୍ବ ମ୍ୟାଚରେ ବାଂଲାଦେଶଠୁ ପାକିସ୍ତାନ ପରାଜିତ ହୋଇଥିବା ବେଳେ ଭାରତ ପୂର୍ବ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଥିଲା । ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ମହିଳା ଟିମ୍ ଗୋଟିଏ ବି ମ୍ୟାଚ୍ ଭାରତ ବିପକ୍ଷରେ ଜିତିନାହିଁ । ବଡ଼ କଥା ହେଉଛି, ମ୍ୟାଚ୍ ପୂର୍ବରୁ ଟସ୍ ସମୟରେ ଅଧିନାୟକମାନେ ପରସ୍ପର ହାତ ମିଳାଇବେ ନା ନାହିଁ ତା ‘ ଉପରେ ରହିଛି ନଜର । ବିସିସିଆରର ଜଣେ ଉଚ୍ଚ ଅଧିକାରୀ ମହିଳା ବିଶ୍ୱକପ୍ ମ୍ୟାଚରେ ହ୍ୟାଣ୍ଡସେକ୍ କରିବେ ନାହିଁ ବୋଲି କହିଛନ୍ତି ।