ଆମେରିକାରେ ମୋଦୀଙ୍କ ମେଗା ଡିଲ୍‌ । ୩୧ଟି ଲଢୁଆ ଡ୍ରୋନ୍‌ କିଣିବ ଭାରତ ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଥିବା ବେଳେ କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମେଗା ଡିଲ୍ କରିଛନ୍ତି। ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କୋଲକାତାରେ ସେମି-କଣ୍ଡକ୍ଟର ପ୍ଲାଣ୍ଟ ବସାଇବାକୁ ସହମତି ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଥିବା ବେଳେ କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମେଗା ଡିଲ୍ କରିଛନ୍ତି। ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କୋଲକାତାରେ ସେମି-କଣ୍ଡକ୍ଟର ପ୍ଲାଣ୍ଟ ବସାଇବାକୁ ସହମତି ହୋଇଛି ।

32dw

କନକ ବ୍ୟୁରୋ: କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପ୍ରତିପକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ ଦୁଇଟି ମେଗା ଚୁକ୍ତି କରିଛନ୍ତି ମୋଦୀ। ଦୁଇ ଶୀର୍ଷନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନାବେଳେ ଏକାଧିକ ପ୍ରସଙ୍ଗ ସହ ଗଛ-୯ଈ  ପ୍ରେଡାଟର ଡ୍ରୋନ୍‌ ପ୍ରଦାନ ସହ କୋଲକାତାରେ ସେମି-କଣ୍ଡକ୍ଟର ପ୍ଲାଣ୍ଟ ବସାଇବାକୁ ସମ୍ମତି ହୋଇଛି । ହୋଇଥିବା ଚୁକ୍ତି ଅନୁସାରେ

ସେନାକୁ ମିଳିବ ଶକ୍ତି  

  • ଆମେରିକାଠାରୁ ୩୧ଟି ଗଛ-୯ଈ ପ୍ରେଡାଟର ଡ୍ରୋନ୍‌ କିଣିବ ଭାରତ 
  • ଯାହା ଗୁଇନ୍ଦା ସର୍ଭିଲାନ୍ସ କ୍ଷେତ୍ରରେ ଭାରତୀୟ ସେନାର ଶକ୍ତି ବଢ଼ାଇବ
  • ନୌସେନାକୁ ୧୫ ଏବଂ ସ୍ଥଳସେନା ଓ ବାୟୁସେନା ପାଇଁ ୮ଟି ଡ୍ରୋନ୍ 

ଉଚ୍ଚ କ୍ଷମତାସମ୍ପନ୍ନ ଏହି ଡ୍ରୋନଗୁଡିକ ଗୁଇନ୍ଦାଗିରି କରିବା ସହ ମିଜାଇଲ ଆକ୍ରମଣ କରିବାକୁ ସମର୍ଥ।  ଯେକୌଣସି ପାଣିପାଗରେ ଦୀର୍ଘପଥ ଅତିକ୍ରମ ମଧ୍ୟ କରିପାରିବ । 
ନଜର ପକାନ୍ତୁ ଏହି ଲଢୁଆ ଡ୍ରୋନର ବିଶେଷତ୍ୱ ଉପରେ...

  • MQ-9B   ପ୍ରେଡାଟର ଡ୍ରୋନ୍‌
  • ଭୂପୃଷ୍ଠରୁ ୫୦ ହଜାର ଫୁଟ୍‌ ଉଚ୍ଚରେ ଉଡ଼ିବାକୁ ସମର୍ଥ 
  • ଘଣ୍ଟା ପ୍ରତି ୪୪୨ କିଲୋମିଟର ବେଗରେ ଗତି କରିପାରେ
  • ଯେକୌଣସି ପାଣିପାଗରେ ଦୀର୍ଘ ୨ ହଜାର ମାଇଲ ଯାଏଁ ଉଡ଼ିବାକୁ ସକ୍ଷମ
  • ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠକୁ ମିଜାଇଲ ନିକ୍ଷେପ କରିପାରେ
  • ୪୫୦ କିଲୋଗ୍ରାମର ୪ଟି ମିଜାଇଲ ବହନ କରିପାରେ

କୋଲକାତାରେ ଏକ ସେମି-କଣ୍ଡକ୍ଟର ଫେର୍ବିକେସନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ରାଜି ହୋଇଛି ଆମେରିକା। ଏଥିପାଇଁ ଭାରତ-ସେମିକୁ ବୈଷୟିକ ସହାୟତା ଯୋଗାଇଦେବ ୟୁଏସ ସ୍ପେଶ ଫୋର୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe