କନକ ବ୍ୟୁରୋ : ସମଗ୍ର ବିଶ୍ୱ ଅପରେସନ୍ ସିନ୍ଦୂରର ସଫଳତାରୁ ଭାରତର ସାମରିକ ଶକ୍ତିର ପରିଚୟ ପାଇଛି । ପାକିସ୍ତାନର ତୁର୍କୀ ଡ୍ରୋନ୍ ଏବଂ ଚୀନ୍ କ୍ଷେପଣାସ୍ତ୍ରକୁ ଭାରତୀୟ ତା ସାମରିକ କୌଶଳ ଦ୍ବାରା ଧ୍ବଂସ କରିଥିଲା । ଫଳତଃ ଶତ୍ରୁ ଦେଶରେ ଆତଙ୍କ ଖେଳି ଯାଇଥିଲା । ଭାରତର ମେକ୍ ଇନ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ସଂରକ୍ଷିତ ହୋଇଥିବା ଆଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଏହା ସଫଳ ହୋଇଛି । ଏଣୁ ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଭାରତ ଆଗ୍ରହ ପ୍ରକାଶ କରିଛି । ମେକ୍ ଇନ୍ ଇଣ୍ଡିଆର ପ୍ରସାର ପାଇଁ ଭାରତ ସ୍ୱଦେଶୀ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ନିର୍ମାଣ କଥା ଚିନ୍ତା କରୁଛି । ସେତିକି ନୁହେଁ ଆଡଭାନ୍ସ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ପ୍ରକଳ୍ପର ଶୁଭାରମ୍ଭ ହୋଇସାରିଲାଣି । ଏହି ଯୁଦ୍ଧ ବିମାନଗୁଡ଼ିକ ସରକାର ଓ କିଛି ଘରୋଇ ସଂସ୍ଥାର ମିଳିତ ସହଯୋଗରେ ନିର୍ମାଣ ହେବାକୁ ଯାଉଛି ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ମେକ୍ ଇନ୍ ଇଣ୍ଡିଆ ଅଧୀନରେ ନିର୍ମିତ ହେବାକୁ ଥିବା ଏହି ଯୁଦ୍ଧ ବିମାନ ସହିତ ଜଡିତ ପ୍ରକଳ୍ପ ବାବଦରେ ସୂଚନା ଦେଇଛନ୍ତି। ଭାରତ ଆକାଶରେ ନିଜର ଶକ୍ତିକୁ ମଜବୁତ କରିବା ପାଇଁ ଏଡଭାନ୍ସ ମିଡିଏମ୍ କମବାଟ୍ ଏୟାରକ୍ରାଫ୍ଟ (ଏଏମ୍ସିଏ) ପ୍ରକଳ୍ପ ଉପରେ ଦୀର୍ଘ ଦିନ ଧରି କାମ କରିଆସୁଛି । ଯାହା ଶକ୍ତିଶାଳୀ ଆକ୍ରମଣ କ୍ଷମତା ବିଶିଷ୍ଟ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଅଛି । ଭବିଷ୍ୟତରେ ତେଜସ୍ ଭଳି କ୍ଷମତା ଥିବା ହାଲୁକା ଯୁଦ୍ଧ ବିମାନ ଯାହା ଯୁଦ୍ଧକ୍ଷେତ୍ରରେ ଭାରତ ପାଇଁ ଟ୍ରମ୍ପକାର୍ଡ ହୋଇପାରେ !
ପାକ୍ ଚୀନର ହଜିଯିବ ନିଦ !
ଏଡଭାନ୍ସ ମିଡିଏମ୍ କମବାଟ୍ ଏୟାରକ୍ରାଫ୍ଟ (ଏଏମ୍ସିଏ) ପ୍ରକଳ୍ପ ବିଷୟରେ ଆଲୋଚନା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହା ଭାରତର ପ୍ରତିରକ୍ଷାକୁ ମଜବୁତ କରିବ । ପାକିସ୍ତାନ ଭାରତର ଅପରେସନ୍ ସିନ୍ଦୂରରେ ପରାସ୍ତ ହେବା ପରେ, ଚୀନଠାରୁ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ କିଣିବାକୁ ଚାହୁଁଛି । ଭାରତ ତାର ପ୍ରତିରକ୍ଷା ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ, ଭାରତର ସରକାରୀ ଏବଂ ଘରୋଇ କମ୍ପାନୀଗୁଡ଼ିକ ମିଳିତ ଭାବରେ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ପ୍ରସ୍ତୁତ କରିବ ।
ମେକ୍ ଇନ୍ ଇଣ୍ଡିଆକୁ ଫଳପ୍ରଦ କରିବା ପାଇଁ ପ୍ରତିରକ୍ଷା ବଜେଟରେ୨୩,୫୦୦ କୋଟି ଟଙ୍କା ନିବେଶ ହୋଇଛି । ଦଶ ବର୍ଷ ପୂର୍ବେ ଭାରତର ପ୍ରତିରକ୍ଷା ରପ୍ତାନି ୧୦୦୦ କୋଟି ଟଙ୍କାରୁ କମ୍ ଥିଲା । କିନ୍ତୁ ଏବେ ଏହା ରେକର୍ଡ ୨୩,୫୦୦ କୋଟି ଟଙ୍କା ଅତିକ୍ରମ କଲାଣି । ରାଜନାଥ ସିଂହ କହିଛନ୍ତି, ‘ ପ୍ରମାଣିତ ହୋଇଛି ଯେ ପ୍ରତିରକ୍ଷା କ୍ଷେତ୍ରରେ ମେକ୍-ଇନ୍-ଇଣ୍ଡିଆ ଭାରତର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଜରୁରୀ । ଅପରେସନ୍ ସିନ୍ଦୁର ସମୟରେ, ଭାରତର ସ୍ୱଦେଶୀ ବ୍ୟବସ୍ଥା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଭାରତ କେବଳ ଲଢ଼ୁଆ ବିମାନ କିମ୍ବା କ୍ଷେପଣାସ୍ତ୍ର ତିଆରି କରୁନାହିଁ , ନୂତନ ଯୁଗର ଯୁଦ୍ଧ ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ଗବେଷଣା କରୁଛି । ’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/30/hTin98fQpKxf2KOARzBg.jpg)