କନକ ବ୍ୟୁରୋ ; ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ପିଛା କରି ଦ୍ୱିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମୋଟ ୧୧୪ ରନରେ ପାକିସ୍ତାନ ଅଲଆଉଟ୍ ହୋଇଛି ।
ସ୍ପିନ୍ ପିଚରେ ଓପନର ଇସାନ କିସାନଙ୍କ ବିସ୍ଫୋରକ ଇନିସ୍। ୪୦ ବଲରୁ ୧୦ ଚୌକା ୬ ଛକା ସହ ୭୭ ରନର ବିସ୍ଫୋରକ ବ୍ୟାଟିଂ କରି ଭାରତର ମୂଳଦୂଆକୁ ମଜଭୁତ କରିଥିଲେ ଇସାନ। ସୂର୍ୟ୍ୟକୁମାର ଯାଦବ ୩୨, ଶିବମ ଦୁବେ ୨୭ ରନ କରିବାରେ ସମର୍ଥ ହୋଇଥିଲେ ।
କଲୋମ୍ୱୋରେ ଚାଲିଛି ଟି-୨୦ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ୍। ପୂର୍ବଥର ଭଳି ଏହି ମ୍ୟାଚରେ ଟସ୍ ପରେ ଉଭୟ କ୍ୟାପଟେନ୍ ହାତ ମିଳାଇନଥିଲେ। ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। ଯେ ଉଭୟ ଟିମର କ୍ୟାପଟେନ୍ ଟସ୍ ପରେ ଏବଂ ମ୍ୟାଚର ଫଳାଫଳ ପରେ କି ପ୍ରକାର ଆଭିମୁଖ୍ୟ ରଖିବେ। ଆଜିର ଏହି ମ୍ୟାଚର ଫଳାଫଳରୁ ସ୍ପଷ୍ଟ ହେବ ଗ୍ରୁପ୍ ଏର ଟପ୍ପର କିଏ। ଭାରତ ପ୍ଲେଇଂ ଇଲେଭେନରେ ଛୋଟ ଅଦଳବଦଳ କରାଯାଇଛି। କୁଲଦୀପ ଯାଦବ ଏବଂ ଅଭିଷେକ ଶର୍ମା ଦଳକୁ ଫେରିଛନ୍ତି। ଅର୍ଶଦୀପ ଏବଂ ସଞ୍ଜୁ ବାଦ୍ ପଡିଛନ୍ତି
Follow Us