କନକ ବ୍ୟୁରୋ: ବାଂଲାଦେଶ ଉପରେ ଭାରତର ମାଷ୍ଟ୍ରର ଷ୍ଟ୍ରୋକ୍ । ଦ୍ୱିପାକ୍ଷିକ ସମ୍ପର୍କରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ତା’ର ବନ୍ଦର ଏବଂ ବିମାନବନ୍ଦର ମାଧ୍ୟମରେ ପଶ୍ଚିମ ଏସିଆ, ୟୁରୋପ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ ରପ୍ତାନି ପାଇଁ ବାଂଲାଦେଶକୁ ଦିଆଯାଇଥିବା ପରିବହନ (ଟ୍ରାନ୍ସସିପମେଣ୍ଟ) ସୁବିଧା ପ୍ରତ୍ୟାହାର କରିନେଇଛି । 'ଟ୍ରାନ୍ସସିପମେଣ୍ଟ' ଅର୍ଥ ହେଉଛି ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ସାମଗ୍ରୀ ପରିବହନ ପାଇଁ ତୃତୀୟ ଦେଶର ବନ୍ଦର, ବିମାନବନ୍ଦର କିମ୍ବା ପରିବହନ ମାର୍ଗର ଅସ୍ଥାୟୀ ବ୍ୟବହାର । ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଚୀନରେ ଏକ ବିବାଦୀୟ ବୟାନ ଦେବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି । 

Advertisment

ୟୁନୁସ କହିଥିଲେ ଯେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ, ଯାହାର ସୀମା ବାଂଲାଦେଶ ସୀମା ସହିତ ସଂଲଗ୍ନ ରହିଛି, ପ୍ରାୟ ୧୬୦୦ କିଲୋମିଟର, ଚାରିପାଖରେ ସ୍ଥଳଭାଗ ଦ୍ୱାରା ଘେରି ରହିଛି ଏବଂ ଭାରତର ସମୁଦ୍ରକୁ ଯିବାର କୌଣସି ରାସ୍ତା ନାହିଁ । ବିଶ୍ୱ ବାଣିଜ୍ୟ ସଂଗଠନ ବ୍ୟବସ୍ଥା ଅନୁଯାୟୀ, ଭୂମିବେଷ୍ଟିତ ଦେଶଗୁଡ଼ିକ ପାଇଁ ବାଣିଜ୍ୟ ସୁବିଧା ବାଧ୍ୟତାମୂଳକ ହୋଇଥିବାରୁ ଭାରତ ନେପାଳ ଏବଂ ଭୁଟାନକୁ ବାଂଲାଦେଶୀ ରପ୍ତାନିକୁ ଛାଡ କରିଛି । ଭାରତ ଏବଂ ବାଂଲାଦେଶ ୨୦୨୦ ମସିହାରେ ପରିବହନ ବ୍ୟବସ୍ଥା ଉପରେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ ଏବଂ ୨୦୨୨ ମସିହାରେ ବାଂଲାଦେଶୀ ରପ୍ତାନି ପାଇଁ ଏହି ସୁବିଧାକୁ ଆନୁଷ୍ଠାନିକ ଭାବରେ ସମ୍ପ୍ରସାରିତ କରାଯାଇଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ’ବାଂଲାଦେଶକୁ ଦିଆଯାଇଥିବା ପରିବହନ ସୁବିଧା ଯୋଗୁଁ କିଛି ସମୟ ଧରି ଆମର ବିମାନବନ୍ଦର ଏବଂ ବନ୍ଦରଗୁଡ଼ିକରେ ଭିଡ଼ ଲାଗି ରହିଛି । ଏହାଦ୍ୱାରା ଲଜିଷ୍ଟିକ୍ସ ବିଳମ୍ବ ହେବା ସହ ଆମର ନିଜସ୍ୱ ରପ୍ତାନି ବାଧାପ୍ରାପ୍ତ ଦେଉଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ।