କନକ ବ୍ୟୁରୋ;  ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବନ୍ଦ ହେବାର ନା ଧରୁନାହିଁ । ସାଧାରଣ ଲୋକ ହୁଅନ୍ତୁ ବା ନେତା ଇସଲାମ କଠୋରପନ୍ଥୀ ମାନେ କାହାକୁ ଛାଡୁନାହାନ୍ତି । ଏବେ ଉତ୍ତର ବାଂଲାଦେଶର ଦିନାଜପୁର ଜିଲ୍ଲାର ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତାଙ୍କୁ ତାଙ୍କ ଘରୁ ଅପହରଣ କରାଯାଇ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଥିବା ଖବର ବାଂଲାଦେଶ ଓ ଭାରତରେ ଚାଂଚଲ୍ୟ ସୃଷ୍ଟି କରିଛି। ବାଂଲାଦେଶ ଗଣମାଧ୍ୟମରେ ଅନୁସାରେ ,ଢାକାରୁ ପ୍ରାୟ ୩୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଦିନାଜପୁରର ବାସୁଦେବପୁର ଗ୍ରାମର ବାସିନ୍ଦା ଭାବେଶ । ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାର ଆଉ ଏକ ଘଟଣାରେ, ଦିନାଜପୁରର ବିରାଲ ଉପଜିଲ୍ଲାରେ ଭାବେଶ ଚନ୍ଦ୍ର ରାୟ ହିନ୍ଦୁ ନେତାଙ୍କୁ ଅପହରଣ କରାଯାଇ  ଆକ୍ରମଣ କରାଯାଇଥିଲା ।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାବେଶ ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ ଏବଂ ବାଂଲାଦେଶ ପୂଜା ପରିଷଦର ବିରାଲର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।ବିରାଲ ପୋଲିସ ଷ୍ଟେସନର ଅଧିକାରୀମାନେ କହିଛନ୍ତି  ପୋଲିସ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ପ୍ରକ୍ରିୟା ଜାରୀ ରହିଛି। ଏଠି ଅନୁମାନ କରନ୍ତୁ ଯଦି ଜଣେ ନେତାଙ୍କୁ ହତ୍ୟା କରାଯାଉଛି ଆଉ ଘଟଣାର ୧୦ ଘଣ୍ଟା ପରେ ବି ପୋଲିସର ହାତ ଖାଲି , ସେହି ଦେଶରେ ହିନ୍ଦୁଙ୍କ ଅବସ୍ଥା କେମିତି ଥିବ ଓ ତାଙ୍କୁ କେମିତି ନ୍ୟାୟ ମିଳୁଥିବ ଚିନ୍ତା କରନ୍ତୁ।
 
 ସ୍ଥାନୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଭାବେଷଙ୍କ ପତ୍ନୀ ଶାନ୍ତନା ରାୟ କହିଛନ୍ତି ,ଗୁରୁବାର ଦିନ ଚାରି ଜଣ ବ୍ୟକ୍ତି ଦୁଇଟି ମୋଟରସାଇକେଲରେ ଆସି ଘରୁ ଭାବେଶଙ୍କୁ ଅପହରଣ କରି ନେଇଥିଲେ। ଆକ୍ରମଣକାରୀମାନେ ପରେ ଭାବେଶଙ୍କୁ ନାରାବାରି ଗାଁକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ ଏବଂ ମୃତ୍ୟୁ ପରେ ଶବକୁ ଘର ରଖି ଚାଲିଯାଇଥିଲେ । ଭବେଶଙ୍କୁ ତୁରନ୍ତ ଦିନାଜପୁର ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ଭାବେଶଙ୍କୁ ଅପହରଣ ପରେ ତାଙ୍କୁ ହିନ୍ଦୁ ଧର୍ମ ଛାଡି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା ଏବଂ କୁହାଯାଇଥିଲା ଇସଲାମ ଧର୍ମ ଗ୍ରହଣ ନକଲେ ହତ୍ୟା କରିବୁ ।  ହତ୍ୟାପରେ ବାଂଲାଦେଶର କିଛି ସ୍‌ତାନରେ ପ୍ରତିବାଦ ଦେଖିବାକୁ ମିଳିଛି ।ଶେଖ୍ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ, ସାରା ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ବିଶେଷକରି ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣର ଅନେକ ଘଟଣା ଘଟିଛି।

ଢାକାସ୍ଥିତ ମାନବାଧିକାର ସଂଗଠନ ଏକ ରିପୋର୍ଟରେ ଉଲ୍ଲେଖ କରିଛି, ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଘର, ମନ୍ଦିର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ମୋଟ ୧୪୭ଟି ଭଙ୍ଗାରୁଜା ଘଟଣାର ରିପୋର୍ଟ ରହିଛି।ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସ୍ ସରକାର ଗ୍ରହଣ କରିବା ପରେ ବାଂଲାଦେଶ ପ୍ରାୟତଃ ଅସ୍ଥିର ରହିଛି । ଭାରତ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବାରମ୍ବାର ଚିନ୍ତା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ  ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଆମେ ବାଂଲାଦେଶର ଜଣେ ହିନ୍ଦୁ ସଂଖ୍ୟାଲଘୁ ନେତା ଭାବେଶ ଚନ୍ଦ୍ର ରାୟଙ୍କ ଅପହରଣ ଏବଂ ନିର୍ମମ ହତ୍ୟାକୁ ଦୁଃଖର ସହିତ ଦେଖୁଛୁ। ଏହି ହତ୍ୟାକାଣ୍ଡ ଅନ୍ତରୀଣ ସରକାରଙ୍କ ଅଧୀନରେ  ହିନ୍ଦୁ ଅଳ୍ପସଂଖ୍ୟଙ୍କ ଉପରେ ବ୍ୟବସ୍ଥିତ ହତ୍ୟାକାଣ୍ଡ ଥିଲା,ଯେତେବେଳେ ଏପରି ଅତୀତର ଘଟଣାର ଅପରାଧୀମାନେ ଦଣ୍ଡରୁ ମୁକ୍ତି ପାଇଁ ବୁଲୁଛନ୍ତି । ଭାରତ ଭବେଶଙ୍କ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛି ଆଗକୁ ଦେଖିବାକୁ ବାକି ରହିଲା ୟୁନୁସ ସରକାର ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି