ଘରେ ପଶି ମାରିଲା ଭାରତ, ଶତ୍ରୁଦେଶର ୯ ଆତଙ୍କୀ ଆଡ୍ଡା ଧ୍ବସ୍ତ

Advertisment

ପିଓକେ ଓ ପାକିସ୍ତାନରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ବରବାଦ କରିଦେଇଥିଲା ଭାରତୀୟ ସେନାର ବ୍ରହ୍ମୋସ । ପାକିସ୍ତାନ ସୀମାର ୧୦୦ କିଲୋମିଟର ବାହାୱଲପୁର

ପିଓକେ ଓ ପାକିସ୍ତାନରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ବରବାଦ କରିଦେଇଥିଲା ଭାରତୀୟ ସେନାର ବ୍ରହ୍ମୋସ । ପାକିସ୍ତାନ ସୀମାର ୧୦୦ କିଲୋମିଟର ବାହାୱଲପୁର

ଘରେ ପଶି ମାରିଲା ଭାରତ

ଘରେ ପଶି ମାରିଲା ଭାରତ Photograph: (kanakNews)

କନକ ବ୍ୟୁରୋ;  ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ଅନ୍ଧାର ରାତିରେ କେହି କିଛି ଭାବିବା ଆଗରୁ ଅତର୍କିତ ହେଲା ମିଜାଇଲ ମାଡ। ଖସିଯିବାକୁ ସୁଯୋଗ ପାଇଲେନି ସୈତାନ । ଆକ୍ତାମାକ୍ତା ହୋଇଗଲେ ଆତଙ୍କୀଙ୍କ ଆଡ୍ଡା । ଭାରତୀୟ ସେନାର ଆକ୍ରମଣରେ ଆତଙ୍କୀ ଆଡ୍ଡା ସହ ସମାଧି ନେଲେ ସିନ୍ଦୂର ପୋଛିଥିବା ସୈତାନ । ଆଉ ପୂରା ବିଶ୍ବ ଦେଖିଲା ଭାରତର ଅପରେସନ ସିନ୍ଦୂର। 
   
ସମୟ ସ୍ଥିର ସରିଥିଲା, ଟାର୍ଗେଟ ଲକ୍ ହୋଇଥିଲା । କେବଳ ଅପେକ୍ଷା ଥିଲା ନିର୍ଦ୍ଦେଶକୁ। ସବୁଜ ସଂକେତ ମିଳିବା କ୍ଷଣି ସୀମା ସେପାରିରେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ଅତର୍କିତ ହେଲା ଆକ୍ରମଣ । ରାଫେଲ, ମିରାଜ, ସୁଖୋଇ ଭଳି ଘାତକ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ରଚିଥିଲେ ପ୍ରଳୟ । ସମୟ ରାତି ୧ଟା ୫ରୁ ୧ଟା ୩୦ । ମାତ୍ର ୨୫ ମିନିଟ୍ । ଏତିକି ସମୟ ଯଥେଷ୍ଟ ଥିଲା ସୈତାନଙ୍କୁ ସବୁଦିନ ଶୁଆଇଦେବା ପାଇଁ । ପିଓକେ ଓ ପାକିସ୍ତାନରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ବରବାଦ କରିଦେଇଥିଲା ଭାରତୀୟ ସେନାର ବ୍ରହ୍ମୋସ । 
 
ପାକିସ୍ତାନ ସୀମାର ୧୦୦ କିଲୋମିଟର ବାହାୱଲପୁର ଭିତରେ ପଶି ଆତଙ୍କୀକୁ ନିପାତ କରିଛି ସେନା । ମୁଜାଫରାବାଦର ସୱାଇ ନାଲା କ୍ୟାମ୍ପ, ସୈଦେନା ବିଲାଲ କ୍ୟାମ୍ପ, କୋଟଲିରେ ଥିବା ଗୁଲପୁର, ଅବାସ ଆତଙ୍କୀ କ୍ୟାମ୍ପ, ଭିମ୍ବରରେ ଥିବା ବରନାଲା କ୍ୟାମ୍ପ, ସିଆଲକୋଟରେ ଥିବା ସର୍ଜଲ କ୍ୟାମ୍ପ, ମେହମୁନ୍ନା ଜୋୟା କ୍ୟାମ୍ପ, ମୁରିଦକେରେ ଥିବା ମରକଜ ତାଏବା କ୍ୟାମ୍ପ, ବାହାୱଲପୁରର ମରକଜ ଶୁଭାନଆଲ୍ଲା କ୍ୟାମ୍ପକୁ ଧୂଳିସାତ କରିଥିଲା ଭାରତ । ଏହି ଆତଙ୍କୀ ଆଡ୍ଡାରେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜବୁଲ୍ଲ ମୁଜାହିଦ୍ଦିନର ଆତଙ୍କୀଙ୍କୁ ଟ୍ରେନିଂ ଦିଆଯାଉଥିଲା। ଏହି କ୍ୟାମ୍ପରୁ ଭାରତରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ଅପରେଟ କରାଯାଉଥିଲା । ପହଲଗାମ ଆକ୍ରମଣ ପରେ ଗୁଇନ୍ଦା ସୂଚନା ଆଧାରରେ ଏହି ଆତଙ୍କୀ କ୍ୟାମ୍ପକୁ ବିସ୍ଫୋରଣରେ ଉଡାଇ ଦେଇଛି ସେନା । ଭାରତୀୟ ସେନାର ଏହି ଅତର୍କିତ ଆକ୍ରମଣ ବାବଦରେ ସାମାନ୍ୟତମ ସୁରାଗ ପାଇନଥିଲା ପାକ୍ ସେନା । ପ୍ରତି ଜବାବ ଦେବା ପୂର୍ବରୁ ହିଁ ଅପରେସନ ସିନ୍ଦୂର ଶେଷ କରି ସୁରକ୍ଷିତ ଭାବେ ଫେରି ଆସିଥିଲେ ଭାରତୀୟ ସେନା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe