କନକବ୍ୟୁରୋ : ଜାପାନକୁ ଟପି ବିଶ୍ୱର ୪ର୍ଥ ବୃହତ୍ତମ  ଅର୍ଥ ବ୍ୟବସ୍ଥା ସମ୍ପନ୍ନ ଦେଶ ହୋଇପାରିଛି ଭାରତ । ଆମେରିକା, ଚୀନ, ଜର୍ମାନୀ ପଛକୁ ଥିବା ଭାରତ ପାଇଁ କୌଣସି ପ୍ରଭାବ ପକାଇପାରିନି ମାନ୍ଦା ଅର୍ଥନୀତି  ।  ଭାରତ ପାଲଟିଲା ବିଶ୍ବର ଚତୁର୍ଥ ବଡ଼ ଅର୍ଥନୀତି । ନିତି  ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ ବି.ବି.ଆର୍ ସୁବ୍ରମଣ୍ୟମ କହିଥିଲେ ଯେ, “ବର୍ତ୍ତମାନ ବିଶ୍ୱ ରାଜନୈତିକ ଏବଂ ଅର୍ଥନୈତିକ ପରିବେଶ ଭାରତ ସପକ୍ଷରେ ଅଛି ।  ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି । ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି ।    I MF ଅନୁଯାୟୀ, ଆଜି ଭାରତର ଅର୍ଥନୀତି ଜାପାନଠାରୁ ଅଧିକ ହୋଇଯାଇଛି ।”

Advertisment

ସେ ଆହୁରି କହିଛନ୍ତି ଯେ, ଭାରତ ଏ କ୍ଷେତ୍ରରେ ଇତିହାସ ରଚିଛି । ବର୍ତ୍ତମାନ କେବଳ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତ ଠାରୁ ଆଗରେ ରହିଛି । ଆମେ ଆମ ଯୋଜନାକୁ ଅନୁସରଣ ଜାରି ରଖିଲେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିବା  ।

ସବୁଠୁ ବଡ଼ କଥା ହେଉଛି ଭାରତକୁ ଏହି ସଫଳତା ସେତେବେଳେ ମିଳିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଟ୍ୟାକ୍ସ ବଢ଼ାଇ ଚାଲିଛନ୍ତି  ।  ଆମେରିକାର ଏହି ଟ୍ୟାକ୍ସ ମଧ୍ୟ ଭାରତକୁ ଚତୁର୍ଥ ବୃହତ୍ତ ଅର୍ଥନୀତିରେ ପରିଣତ ହେବାରେ ରୋକପାରି ନାହିଁ  । ବିଶ୍ବବ୍ୟାଙ୍କରୁ ନେଇ ଆଇଏମଏଫ ପର୍ଯ୍ୟନ୍ତ ସମସ୍ତେ ଭାରତର ଜିଡିପି ଗ୍ରୋଥକୁ ମାନିଛନ୍ତି । 

ଭାରତ ଚତୁର୍ଥ ସର୍ବବୃହତ୍ତ ଅର୍ଥନୈତିକ ଦେଶ
ଦୌଡୁଛି ଭାରତୀୟ ଅର୍ଥନୀତି
ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଦେଶ ହେଲା ଭାରତ

ଜାପାନକୁ ପଛରେ ପକାଇ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଲା ଭାରତ
ଆମେରିକା, ଚୀନ, ଜର୍ମାନୀ ପରେ ଭାରତର ସ୍ଥାନ
ଭାରତର ମୋଟ ଅର୍ଥନୀତି ୪୦୦୦ହଜାର ଆରବ ଡଲାର
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ଦିଆଗଲା ସୂଚନା

କ୍ଷୀପ୍ର ବେଗରେ ଆଗକୁ ବଢୁଛି ଭାରତୀୟ ଅର୍ଥନୀତି
ଆଗାମୀ ଦୁଇରୁ ଅଢେଇ ବର୍ଷରେ ପଛରେ ପଡ଼ିପାରେ ଜର୍ମାନୀ
ଆମେରିକାର ଟାରିଫ ମାଡ଼ରେ ବିପର୍ଯ୍ୟସ୍ତ ହୋଇଛି ବିଶ୍ବ ଅର୍ଥନୀତି
ଭାରତୀୟ ଅର୍ଥନୀତି ଉପରେ ପ୍ରଭାବହୀନ ସାବ୍ୟସ୍ତ ଟ୍ରମ୍ପଙ୍କ ଟାରିଫ୍ ପଲିସି

ପାକିସ୍ତାନ ସହ ବିବାଦ ମଧ୍ୟରେ ବି ବଢିଚାଲିଛି ଭାରତୀୟ ଅର୍ଥନୀତି
ଦୀର୍ଘ ବର୍ଷ ହେବ ଦ୍ରୁତ ବେଗରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି
ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ
୨୦୨୫ରେ ଆଗରେ ରହିବ ଭାରତର ଅଭିବୃଦ୍ଧି ହାର